Advertisment

ଅବସରପ୍ରାପ୍ତ ସୈନିକଙ୍କ ଉନ୍ମତ୍ତ କାଣ୍ଡ; ପରିବାରର ୫ ଜଣଙ୍କୁ ବୀଭତ୍ସ ହତ୍ୟା

ମୃତକଙ୍କ ମଧ୍ୟରେ ଅଭିଯୁକ୍ତ ସୈନିକଙ୍କ ମାଆ ମଧ୍ୟ ଅଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Crime

Crime

ଜଣେ ଅବସରପ୍ରାପ୍ତ ସୈନିକ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ମଧ୍ୟରେ ସୈନିକଙ୍କ ମାଆ ଥିବାବେଳେ ପୁତୁରା ଓ ଝିଆରି ମଧ୍ୟ ଅଛନ୍ତି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସୈନିକ ଫେରାର୍ ହୋଇ ଯାଇଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁସାରେ, ରବିବାର ରାତିରେ ହରିୟାଣାର ନାରାୟଣଗଡ଼ ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ଅବସରପ୍ରାପ୍ତ ସୈନିକ ଭୂଷଣ କୁମାର ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ଏପରିକି ତାଙ୍କ ବାପାଙ୍କୁ ମଧ୍ୟ କୁରାଢ଼ିରେ ଆକ୍ରମଣ କରିଥିଲେ। 

ସୌଭାଗ୍ୟବଶତଃ ତାଙ୍କ ବାପାଙ୍କ ଜୀବନ ରକ୍ଷା ପାଇଯାଇଛି। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ମଧ୍ୟରେ ଭୂଷଣ କୁମାରଙ୍କ ମାଆ ସରୋପୀ ଦେବୀ (୬୫), ଭାଇ ହରିଶ କୁମାର (୩୫), ଭାଇବୋହୂ ସୋନିଆ (୩୨) ଏବଂ ସେମାନଙ୍କର ଦୁଇ ପିଲା ଯଶିକା (୫) ଏବଂ ମୟଙ୍କ (୬) ଅଛନ୍ତି।

Advertisment

ପୁଲିସ କହିଛି ଯେ, ଭୂଷଣ କୁମାର ଏବଂ ତାଙ୍କ ଭାଇଙ୍କ ମଧ୍ୟରେ ଜମି ବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା। ଏହି କାରଣରୁ ହତ୍ୟାକାଣ୍ଡ ଘଟି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ବର୍ତ୍ତମାନ ଅଭିଯୁକ୍ତ ଭୂଷଣ କୁମାର ଫେରାର୍ ଅଛନ୍ତି। ସେ ହତ୍ୟାକାଣ୍ଡ ପରେ ମୃତଦେହକୁ ପୋଡ଼ି ପ୍ରମାଣ ନଷ୍ଟ କରି ଦେବାକୁ ଉଦ୍ୟମ କରୁଥିଲେ।

ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତାଙ୍କୁ ଖୋଜାଖୋଜି କରାଯାଉ ଥିବାବେଳେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ନାରାୟଣଗଡ଼ ଥାନା ପୁଲିସ କହିଛି। 

Murder Crime