Advertisment

ପୁଅକୁ ମାରିଥିଲେ, ବାପାଙ୍କୁ ବି ମାରି ଦେଲେ

୨୦୨୧ ମସିହା ଫେବ୍ରୁଆରୀ ମାସରେ ଜବାହାର ଚୌଧୁରୀଙ୍କ ପୁଅଙ୍କୁ ହତ୍ୟା କରାଯାଇଥିଲା।

Gun

Gun

Advertisment

ବିହାରର ବେଗୁସରାୟର ଫତେହା ଗାଁରେ ଆଜି ସକାଳେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ନାଁ ଜବାହାର ଚୌଧୁରୀ (୭୦)।

Advertisment

ସେ ମର୍ଣ୍ଣିଂ ୱାକ୍‌ରେ ଯାଉଥିଲେ। ସେ ଫତେହା ରେଳ ଷ୍ଟେସନ ପାଖାପାଖି ହୋଇଥିବା ବେଳେ ତିନି ଜଣ ମୁଖାପିନ୍ଧା ବ୍ୟକ୍ତି ଏକ ବାଇକ୍‌ରେ ଆସି ତାଙ୍କୁ ଗୁଳି କରିଥିଲେ।

ଏହା ପୂର୍ବରୁ ୨୦୨୧ ମସିହା ଫେବ୍ରୁଆରୀ ମାସରେ ଜବାହାର ଚୌଧୁରୀଙ୍କ ପୁଅଙ୍କୁ ହତ୍ୟା କରାଯାଇଥିଲା। ଆଉ ଏହି ମାମଲାରେ ସାକ୍ଷୀ ଥିଲେ ନିଜେ ଜବାହାର।

Advertisment

ଜବାହାରଙ୍କୁ ଗୁଳି କରାଯାଇଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଘଟଣାସ୍ଥଳକୁ ଯାଞ୍ଚ କରିଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଜଣେ ପୁଲିସ୍ ଅଧିକାରୀ କହିଛନ୍ତି ଯେ ଜମି ବିବାଦରୁ ଜବାହାର ଚୌଧୁରୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ଦୁଇ ଦିନ ତଳେ ବିହାରର ଅରରିୟାରେ ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି।

Teacher Killed Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe