Advertisment

ଭୋଟ୍‌ ଦେଇ ଫେରୁଥିଲେ, ଆକ୍ରମଣ କଲେ ବିଜେଡି କର୍ମୀ!

ଟଙ୍କା ବାଣ୍ଟୁଥିଲେ ବିରୋଧ କରିବାରୁ ମୋତେ ମିସିକି ଆକ୍ରମଣ କରିଛନ୍ତି

Mane

Mane

Advertisment

ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ଆହାତ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଗଦାଧର ପୁର ଗାଁର ୨୩୨ ନମ୍ବର ବୁଥରେ। ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ହେଉଛନ୍ତି ଶୁଭବ୍ରତ ପଣ୍ଡା।

Advertisment

ଅଭିଯୋଗ ଅନୁସାରେ, ଗଦାଧରପୁର ଗାଁର ବିଜେପି କର୍ମୀ ଶୁଭବ୍ରତ ପଣ୍ଡା ଆଜି ସକାଳୁ ୨୩୨ ନମ୍ବର ବୁଥକୁ ଭୋଟ ଦେବାପାଇଁ ଯାଇଥିଲେ। ସେଠାରୁ ଭୋଟ୍‌ ଦେଇ ବାହାରୁଥିଲେ। ସେଇ ସମୟରେ କୌଣସି କାରଣକୁ ନେଇ ଶୁଭବ୍ରତଙ୍କୁ ଚାରି ଜଣ ବିଜେଡି କର୍ମୀ ଆକ୍ରମଣ କରିଥିଲେ। ଶୁଭବ୍ରତ ଆକ୍ରମଣ ଶିକାର ହୋଇ ଘଟଣା ସ୍ଥଳରେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କିଛି ଲୋକ ସେଠାରୁ ଉଦ୍ଧାର କରି ନାକଟିଦେଉଳ ମେଡିକାଲରେ ଭର୍ତ୍ତି କରିଥିଲେ। ଶଭବ୍ରତଙ୍କ ଗୋଡ଼ରେ ଗଭିର ଆଘାତ ଲାଗିଥିବା ଜଣାପଡ଼ିଛି। ଏନେଇ ନାକଟିଦେଉଳ ଥାନାରେ ଏନେଇ ମାମଲା ରୁଜୁ ହୋଇଛି।

ଶୁଭବ୍ରତ ପଣ୍ଡା କହିଛନ୍ତି, ପୋଲିଂ ବୁଥ୍‌ ଭିତରେ ବିଜେଡି କର୍ମୀ ମାନେ ଡ୍ରିଷ୍ଟପ କରୁଥିଲେ। ମୁଁ ମନା କରିବାରୁ ମିଳିତ ଭାବରେ ମୋତେ ଅକ୍ରମଣ କାରିଛନ୍ତି। ମୋର ମୁଣ୍ଡକୁ ପିଟିଛନ୍ତି, ବେକକୁ ଚିପିଛନ୍ତି ଆଉ ଗୋଡ଼କୁ ପିଟିଛନ୍ତି। ସେମାନେ ବାହାରେ ଟଙ୍କା ବାଣ୍ଟୁଥିଲେ ମୁଁ ବିରୋଧ କରିବାରୁ ମୋତେ ମିସିକି ଆକ୍ରମଣ କରିଛନ୍ତି। ଡାକ୍ତର ବେହେରା, ଶ୍ରୀମନ୍ତ ରଣା, ଟଙ୍କଧର ବେହେରା ଓ ସୁର ବେହେରା ଏମାନେ ମୋତେ ଜୀବନରୁ ମାରି ଦେବାକୁ ଚେଷ୍ଟା କରୁଥିଲେ। ଆହୁରି ସେମାନେ କହିଛନ୍ତି ମୁଁ ଘରକୁ ଗଲେ ମୋତେ ମାରିଦେବେ ମୋ ଜୀବନକୁ ବିପଦ ଅଛି।

Advertisment
BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe