/odisha-reporter/media/post_attachments/uploadimage/library/16_9/16_9_0/IMAGE_1719333232.jpeg)
Pradeep Kumar Gaud
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ତହସିଲ ଅଧୀନ ଗାଙ୍ଗପୁରରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ୭ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଆଜି ଭିଜିଲାନ୍ସ ହାତରେ ଧରା ପଡ଼ଛନ୍ତି। ରାଜସ୍ବ ନିରୀକ୍ଷକ ପ୍ରଦୀପ କୁମାର ଗୌଡ଼ ଏକ ଜମିଜମା ମାମଲାରେ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ପୂର୍ବରୁ ଛକିଥିବା ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା।
Advertisment
ଜଣେ ବ୍ୟକ୍ତିଙ୍କୁ ଜମିର ଭ୍ୟାଲୁସନ କମାଇବା ପାଇଁ ୭ ହଜାର ଟଙ୍କା ଦାବି କରିଥିଲେ। ଏନେଇ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସଙ୍କୁ ଜଣାଇଥିଲେ। ପୂର୍ବ ଯୋଜନା ମୁତାବକ ବ୍ୟକ୍ତି ଜଣଙ୍କ ଠାରୁ ଆରଆଇ ପ୍ରଦୀପ କୁମାର ଗୌଡ଼ ଟଙ୍କା ନେଉଥିବା ବେଳେ ରଙ୍ଗେହାତ ଧରିଲା ଭିଜିଲାନ୍ସ ବିଭାଗ। ଗିରଫ ବେଳେ ଆରଆଇଙ୍କ ଠାରୁ ନଗଦ ୭ ହଜାର ଟଙ୍କା ଜବଦ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
