ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଫିସର ରେଭିନ୍ୟୁ ସୁପରଭାଇଜର ଅକ୍ଷୟ କୁମାର ନାଏକ। ତାଙ୍କଠାରୁ ୧୫ ହଜାର ଟଙ୍କା ଜବତ କରାଯାଇଛି।
ଜବରଦଖଲ ମାମଲାରେ ଜୋରିମାନା କମ୍ କରିବାକୁ ଓ ଜମି ପଟ୍ଟା ଜାରି କରିବାରେ ସହାୟତା କରିବାକୁ ଅଭିଯୋଗକାରୀ ଏବଂ ଅନ୍ୟ କିଛି ଲୋକଙ୍କୁ ଲାଞ୍ଚ ମାଗିଥିଲେ। ଆଜି ଅକ୍ଷୟ କୁମାର ନାଏକ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ପ୍ରକାରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା।
Also Read
ଲାଞ୍ଚ ନେଇ ଧରାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ରେଭିନ୍ୟୁ ସୁପରଭାଇଜର ଅକ୍ଷୟ କୁମାର ନାଏକଙ୍କ ଦୁଇଟି ଠିକଣାରେ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା।
ଭିଜିଲାନ୍ସ ପକ୍ଷରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।
Crime
ହାଇକୋର୍ଟଙ୍କ ନିର୍ଦ୍ଦେଶ ନମାନି ହରଡ଼ଘଣାରେ ଜିଲ୍ଲା ଶିକ୍ଷା ଅଧିକାରୀ
ବାରିପଦା ଟାଉନ ଥାନା ପୁଲିସ ମଧ୍ୟ କହିଛି ଯେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଠିକ୍ ସମୟରେ ନେଇ ହାଇକୋର୍ଟରେ ହାଜର କରାଯିବ।
Accident
ବାଇକ ଚାଳକଙ୍କୁ ଧକ୍କା ଦେଇ ୩୦କିମି ଯାଏଁ ଘୋଷାଡ଼ି ନେଲା ତହସିଲଦାରଙ୍କ ଗାଡ଼ି
ଉତ୍ତରପ୍ରଦେଶର ବହରାଇଚରେ ଏଭଳି ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗାଡ଼ି ଭିତରେ ଥିବା ତହସିଲଦାର ନିଲମ୍ବିତ, ଡ୍ରାଇଭର ଗିରଫ।