Advertisment

୧୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ରେଭିନ୍ୟୁ ସୁପରଭାଇଜର

ଲାଞ୍ଚ ନେଇ ଧରାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ରେଭିନ୍ୟୁ ସୁପରଭାଇଜର ଅକ୍ଷୟ କୁମାର ନାଏକଙ୍କ ଦୁଇଟି ଠିକଣାରେ ଚଢ଼ାଉ କରାଯାଇଥିଲା।

Bribe

Bribe

Advertisment

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ଜିଲ୍ଲା କୋମନା ତହସିଲ ଅଫିସର ରେଭିନ୍ୟୁ ସୁପରଭାଇଜର ଅକ୍ଷୟ କୁମାର ନାଏକ। ତାଙ୍କଠାରୁ ୧୫ ହଜାର ଟଙ୍କା ଜବତ କରାଯାଇଛି।  

Advertisment

ଜବରଦଖଲ ମାମଲାରେ ଜୋରିମାନା କମ୍ କରିବାକୁ ଓ ଜମି ପଟ୍ଟା ଜାରି କରିବାରେ ସହାୟତା କରିବାକୁ ଅଭିଯୋଗକାରୀ ଏବଂ ଅନ୍ୟ କିଛି ଲୋକଙ୍କୁ ଲାଞ୍ଚ ମାଗିଥିଲେ। ଆଜି ଅକ୍ଷୟ କୁମାର ନାଏକ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ପ୍ରକାରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଥିଲା। 

ଲାଞ୍ଚ ନେଇ ଧରାପଡ଼ିବା ପରେ ଭିଜିଲାନ୍ସ ପକ୍ଷରୁ ରେଭିନ୍ୟୁ ସୁପରଭାଇଜର ଅକ୍ଷୟ କୁମାର ନାଏକଙ୍କ ଦୁଇଟି ଠିକଣାରେ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା। 

Advertisment

ଭିଜିଲାନ୍ସ ପକ୍ଷରୁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି। 

Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe