Advertisment

ଭିଜିଲାନ୍ସକୁ ଫୋନ୍‌ରେ ଅଭିଯୋଗ, ଲାଞ୍ଚ ନେଇ ଧରାପଡ଼ିଲେ ଆରଆଇ ଓ ମଧ୍ୟସ୍ଥି

ସେମାନେ ହେଉଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ତହସିଲ ଦହିତାର ଆରଆଇ ଦାମୋଦର ସୁନା ଓ ମଧ୍ୟସ୍ଥି ସମଦେବ ବନଝୋର।

ଅଦ୍ୟତନ ହୋଇଛି
RI Damodar Suna and Mediator Samdev Banjore.

RI Damodar Suna and Mediator Samdev Banjore.

Advertisment

ଲାଞ୍ଚ ନେବା ବେଳେ ଧରାପଡ଼ି ଗିରଫ ହୋଇଛନ୍ତି ଆରଆଇ ଓ ମଧ୍ୟସ୍ଥି । ସେମାନେ ହେଉଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ତହସିଲ ଦହିତାର ଆରଆଇ ଦାମୋଦର ସୁନା ଓ ମଧ୍ୟସ୍ଥି ସମଦେବ ବନଝୋର। ୧୧ ଜଣ ପ୍ରଧାନମନ୍ତ୍ରୀ ଆବାସ ପାଉଥିବା ହିତାଧିକାରୀଙ୍କୁ ଜମି ନକ୍ସା ଦେବା ପାଇଁ ୩୦୦ ଟଙ୍କା ଲାଞ୍ଚ ହିସାବରେ ୩୩୦୦ ଟଙ୍କା ନେଉଥିବା ବେଳେ ଦୁହେଁ ଧରାପଡ଼ିଛନ୍ତି।

Advertisment

ହିତାଧିକାରୀମାନେ ଲାଞ୍ଚ ମାଗୁଥିବା ଆରଆଇଙ୍କ ବିରୋଧରେ ଭିଜିଲାନ୍ସକୁ ଟୋଲ୍ ଫ୍ରି ନମ୍ବର ୧୦୬୪ରେ ଫୋନ୍ କରି ଅଭିଯୋଗ କରିଥିଲେ। ଯାଞ୍ଚ ପରେ ଭିଜିଲାନ୍ସ ଏହି ଲାଞ୍ଚୁଆ ଅଧିକାରୀଙ୍କୁ ଧରିବାକୁ ପ୍ଲାନ୍ ପ୍ରସ୍ତୁତ କରିଥିଲା। ଆଜି ଏହି ଆରଆଇଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଛି। ଆରଆଇ ଦାମୋଦର ମଧ୍ୟସ୍ଥି ସମଦେବ ବନଝୋରଙ୍କ ମାଧ୍ୟମରେ ଟଙ୍କା ନେଉଥିଲେ।

ପରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଦାମୋଦରଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଛି।

Advertisment

ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ବରଗଡ଼ ଭିଜିଲାନ୍ସ ଅଫିସ୍‌କୁ ନିଆଯାଇଥିବା ଜଣାପଡ଼ିଛି।

Vigilance Raid Odisha Government Baragarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe