Advertisment

୨୫ ହଜାର ଟଙ୍କା ଲାଞ୍ଚ ନେଇ ଆରଆଇ ଗିରଫ

ଜମି ଡିମାର୍କେସନ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ହଜାର ଟଙ୍କା ଦାବି କରିଥିଲେ ଆରଆଇ।

author-image
Jitendra Garnayak
Simanchal Sahu

Simanchal Sahu

୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମାଲକାନଗିରି ଜିଲ୍ଲା ସିନ୍ଦ୍ରିମାଳର ରାଜସ୍ୱ ନୀରିକ୍ଷକ ସୀମାଞ୍ଚଳ ସାହୁ। ତାଙ୍କୁ ଗିରଫ କରାଯାଇଛି।

Advertisment

ଜମି ଡିମାର୍କେସନ ପାଇଁ ଆରଆଇ ସୀମାଞ୍ଚଳ ସାହୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୫ ହଜାର ଟଙ୍କା ଦାବି କରିଥିଲେ। ଆଜି ସେ ମାଲକାନଗିରି ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ା ଗ୍ରାମ ସ୍ଥିତ ଉକ୍ତ ବ୍ୟକ୍ତିଙ୍କ ବାସଭବନରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କ ଠାରୁ ସଂପୂର୍ଣ୍ଣ ଲାଞ୍ଚ ଅର୍ଥ ଜବତ କରାଯାଇଛି।

ଭିଜିଲାନ୍ସ ପକ୍ଷରୁ ସୀମାଞ୍ଚଳ ସାହୁଙ୍କର ସିନ୍ଦ୍ରିମାଳ ସ୍ଥିତ ଅଫିସ ସହିତ ବାଲିମେଳା ସ୍ଥିତ ଘରେ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।

Advertisment
Vigilance Raid Odisha Vigilance Vigilance Net Vigilance