Advertisment

ଲାଞ୍ଚ ନେଇ ଧରାପଡ଼ିବା ପରେ ଖସି ପଳାଇବାକୁ ଆରଆଇଙ୍କ ଉଦ୍ୟମ, କାବୁ କଲେ ଭିଜିଲାନ୍ସ ଅଧିକାରୀ

୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେଥିରୁ ୨୦ ହଜାର ଟଙ୍କା ଅଗ୍ରୀମ ନେଉଥିବା ବେଳେ ଧରାପଡ଼ିଥିଲେ।

author-image
Jitendra Garnayak
Vigilance

Vigilance

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ବଡ଼ବିଲ ତହସିଲ ବିଲେଇପଦାର ରାଜସ୍ୱ ନିରୀକ୍ଷକ (ଆରଆଇ) ପିର୍ ଖାନ। ଜମି ପଟ୍ଟା କରାଇଦେବାକୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତେବେ ଲାଞ୍ଚ ନେଇ ଧରାପଡ଼ିବା ପରେ ସେ ଖସି ପଳାଇବାକୁ ପ୍ରୟାସ କରିଥିଲେ। କିନ୍ତୁ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ। 

Advertisment

ଯୋଡ଼ା ବ୍ଳକ ମୁର୍ଗାବେଡ଼ା ଅଞ୍ଚଳର ଦୁବୁରାଜ ହେମ୍ରମ ଅନଲାଇନରେ ଜମି ପଟ୍ଟା ପାଇଁ ଆବେଦନ କରିଥିଲେ। ତା’ସତ୍ତ୍ୱେ ସେ ଜମି ପଟ୍ଟା ପାଇ ପାରୁ ନ ଥିଲେ। ଏନେଇ ସେ ବହୁବାର ବିଲେଇପଦା ଆରଆଇ ପିର୍ ଖାନଙ୍କୁ କହିଥିଲେ। ତେବେ ଜମି ପଟ୍ଟା କରାଇ ଦେବା ପାଇଁ ସେ ଦୁବୁରାଜ ହେମ୍ରମଙ୍କୁ ୫୦ ହଜାର ଟଙ୍କା ମାଗିଥିଲେ। ଏନେଇ ଦୁବୁରାଜ କେନ୍ଦୁଝର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଯୋଜନା ମୁତାବକ ଆଜି ଆରଆଇ ପିର୍ ଖାନ ନିଜ କାର୍ଯ୍ୟାଳୟରେ ଦୁବୁରାଜଙ୍କ ଠାରୁ ୨୦ ହଜାର ଟଙ୍କା ଅଗ୍ରୀମ ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଲାଞ୍ଚ ନେଇ ଧରାପଡ଼ିବା ପରେ ଭିଜିଲାନ୍ସ ତାଙ୍କର ବଡ଼ବିଲ ତହସିଲ କଲୋନୀ ସ୍ଥିତ ସରକାରୀ ବାସଭବନ ଓ ତେଲକୋଇ ସ୍ଥିତ ପୈତୃକ ଘରେ ଚଢ଼ାଉ କରିଛି।

Advertisment
Vigilance Raid Bribe Odisha Vigilance Vigilance Net