/odisha-reporter/media/post_attachments/uploadimage/library/16_9/16_9_0/IMAGE_1720856061.jpg)
Rice mill owner
କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ରାଇସ ମିଲ୍ ମାଲିକଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ
ମିଲରୁ ଫେରିବାବେଳେ ଦୁର୍ବୃତ୍ତମାନେ କାର କାଚ ଭାଙ୍ଗି ତାଙ୍କୁ ଅପହରଣ କରିନେଇଥିବା ବୋରିଗୁମ୍ମା ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି।ନିଖୋଜ ମିଲ୍ ମାଲିକ ହେଲେ ଏ.ରମେଶ ପାତ୍ର।
Advertisment
ଗତକାଲି ରାତି ୮.୩୦ ମିନିଟରେ ଏ. ରମେଶ ପେରାହାଣ୍ଡି ମିଲରୁ ନିଜ ଘର କୁମୁଲିପୁଟ ଫେରୁଥିଲେ। ପେରାହାଣ୍ଡି ବ୍ରିଜ ନିକଟରେ କିଛି ଦୃର୍ବୃତ୍ତ ତାଙ୍କ କାରକୁ ଅଟକାଇଥିଲେ। ପରେ କାର କାଚ ଭାଙ୍ଗି ମିଲ୍ ମାଲିକଙ୍କୁ ଅପହରଣ କରି ନେଇଥିବା ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ହେଲେ କାହିଁକି ମିଲ ମାଲିକଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଲେ, ଏହା ପଛରେ କେଉଁ କାରଣ ରହିଛି, ପୂର୍ବ ଶତ୍ରୁତା ନା ଅନ୍ୟ କିଛି କାରଣ ରହିଛି, ତାହା ସ୍ପଷ୍ଟ ହୋଇନାହିଁ। ବୋରିଗୁମ୍ମା ପୁଲିସ ଘଟଣାର ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
