Advertisment

ଟମାଟୋ ବିକି ପାଇଥିଲେ ୩୦ ଲକ୍ଷ; ତଣ୍ଟି ଚିପି ମାରିଦେଲେ ଡକାୟତ

ଗତ ବୁଧବାର ରାଜଶେଖର ରେଡ୍ଡିଙ୍କ ମୃତଦେହ ଗାଁଠୁ କିଛି ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ହାତ,ଗୋଡ଼ ବନ୍ଧା ଯାଇଥିବା ବେଳେ ତଣ୍ଟି ଚିପି ତାଙ୍କ ହତ୍ୟା କରାଯାଇଥିଲା।

Tomato

Tomato

Advertisment

ଟମାଟୋର ଆକାଶ ଛୁଆଁ ଦର ଖାଉଟିଙ୍କୁ ବାଧୁଥିବା ବେଳେ ଚାଷୀଙ୍କ ପାଇଁ କିନ୍ତୁ ଆଣି ଦେଇଛି ପୁଷ ମାସ । ଏପରି ସମୟରେ ଟମାଟୋ ବିକି ମାଲେମାଲ ହେଉଛନ୍ତି ଚାଷୀ। ଆଉ ଏହାକୁ ନଜର କରି ତାଙ୍କୁ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି ଦୁର୍ବୃତ୍ତ । ଏପରିକି ଟମାଟୋ ପାଇଁ ଘଟିଗଲା ହତ୍ୟାକାଣ୍ଡ।

Advertisment

ଜଣେ ଟମାଟୋ ଚାଷୀଙ୍କ ତଣ୍ଟି ଚିପି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଏପରି ଏକ ଅଭାବନୀୟ ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଛି। ମୃତ ଚାଷୀ ୬୨ ବର୍ଷ ବୟସ୍କ ନାରେମ ରାଜଶେଖର ରେଡ୍ଡି ବୋଲି ଜଣାଯାଇଛି।

ଗତ ବୁଧବାର ରାଜଶେଖର ରେଡ୍ଡିଙ୍କ ମୃତଦେହ ଗାଁଠୁ କିଛି ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ହାତ,ଗୋଡ଼ ବନ୍ଧା ଯାଇଥିବା ବେଳେ ତଣ୍ଟି ଚିପି ତାଙ୍କ ହତ୍ୟା କରାଯାଇଥିଲା। ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ଆନ୍ଧ୍ରପ୍ରଦେଶର ଅନ୍ନାମୟା ଜିଲ୍ଲାର ନାରେମ ରାଜଶେଖର ରେଡ୍ଡି ଜଣେ ଜଣାଶୁଣା ଚାଷୀ । ଗତ କିଛି ଦିନ ମଧ୍ୟରେ ଟମାଟୋ ବିକି ରାଜଶେଖର ରେଡ୍ଡି ପ୍ରାୟ ୩୦ ଲକ୍ଷ ଟଙ୍କା ରୋଜଗାର କରିଥିବା ଚର୍ଚ୍ଚା ହୋଇଥିଲା। ତାଙ୍କ ନିକଟରୁ ଉକ୍ତ ଟଙ୍କା ହାତେଇବାକୁ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଥିବା ଜଣାଯାଇଛି। ତେବେ ଦୁର୍ବୃତ୍ତମାନେ ତାଙ୍କ ଟଙ୍କା ହାତେଇ ପାରିଛନ୍ତି ନା ନାହିଁ ସେ ସମ୍ପର୍କରେ ସଠିକ୍‌ ତଥ୍ୟ ଜଣାପଡ଼ିନି। 

ମୃତକଙ୍କ ପତ୍ନୀଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ଦିନ କିଛି ଲୋକ ଟମାଟୋ କିଣିବାକୁ ଆସି ତାଙ୍କ ସ୍ୱାମୀଙ୍କୁ ଦେଖା କରିଥିଲେ। ଉକ୍ତ ସମୟରେ ସେମାନେ ତାଙ୍କ ଚାଷ ଜମି ବି ବୁଲି ଦେଖିଥିଲେ। ଏହାପରେ ବୁଧବାର ତାଙ୍କ ସ୍ୱାମୀଙ୍କ ହତ୍ୟା ହୋଇଥିବାରୁ ଏଥିରେ ସେମାନଙ୍କ ସମ୍ପୃକ୍ତି ଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି।

ଟମାଟୋର ଆକାଶ ଛୁଆଁ ଦର ଏବେ ଲୋକଙ୍କୁ ଖୁବ୍‌ ବାଧୁଛି। ବିଭିନ୍ନ ସ୍ଥାନରେ ଏହା ୧୨୦ରୁ ୧୫୦ ଟଙ୍କାରେ ବିକ୍ରି ହେଉଛି। ଏପରି ସ୍ଥିତିରେ ଦେଶର ବିଭିନ୍ନ ସ୍ଥାନରେ ଟମାଟୋ ପାଇଁ ବହୁ ଅଭାବନୀୟ ଘଟଣା ଘଟୁଛି।

Murder Andhra Pradesh Tomato
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe