Advertisment

ଡକାୟତି ଉଦ୍ୟମ ପଣ୍ଡ:୨ ନାବାଳକଙ୍କ ସମେତ ବନ୍ଧା ହେଲେ ୧୦, ଟାର୍ଗେରେ ଥିଲା ବ୍ୟାଙ୍କ ଓ ଏଟିଏମ

ରେଡ୍‌ ବେଳେ ପୁଲିସ ହାତରେ ଡକାୟତି ପାଇଁ ଉଦ୍ୟମ କରୁଥିବା ୧୦ ଜଣଙ୍କୁ ପୁଲିସ୍‌ କାବୁ କରିଛି। ଏମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ରହିଛନ୍ତି।

LOOT

LOOT

Advertisment

ଜଙ୍ଗଲ ଭିତରେ ଚାଲିଥିଲା ଡକାୟତି ପାଇଁ ମାଷ୍ଟରପ୍ଲାନ। ଲୁଟ ପାଇଁ ବନ୍ଧୁକ ସହ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ମଧ୍ୟ ପ୍ରସ୍ତୁତ ହୋଇଥିଲା। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ପାଞ୍ଚ ପୋଖରିଆ ନିକଟ ଜଙ୍ଗଲ ଦୁର୍ବୃତ୍ତମାନେ ମଦ ପିଇ ଲୁଟ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ବାସ୍‌ ଏହାର ଖବର ପୁଲିସ୍‌ ପାଖରେ ପହଞ୍ଚିଥିଲା। 

Advertisment

ରେଡ୍‌ ବେଳେ ପୁଲିସ ହାତରେ ଡକାୟତି ପାଇଁ ଉଦ୍ୟମ କରୁଥିବା ୧୦ ଜଣଙ୍କୁ ପୁଲିସ୍‌ କାବୁ କରିଛି। ଏମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ରହିଛନ୍ତି। ପୁଲିସ୍‌ ସମସ୍ତଙ୍କୁ ଧରିବା ପରେ ଜେରା ଆରମ୍ଭ କରିଥିଲା।

ଏମାନେ ଚମ୍ପୁଆ ଅଞ୍ଚଳରେ ବ୍ୟାଙ୍କ ଓ ଏଟିଏମ ଲୁଟ ପାଇଁ ଯୋଜନା କରୁଥିଲେ ବୋଲି ସ୍ୱୀକାର କରିଛନ୍ତି। ସେହପରି ଆଗରୁ ମଧ୍ୟ ଗିରଫ ଅଭିଯୁକ୍ତମାନେ ବିଭିନ୍ନ ଡକାୟତି ମାମଲାରେ ସଂପୃକ୍ତ ଥିବା ପୁଲିସ୍‌ ଜାଣିବାକୁ ପାଇଛି।

Advertisment

ଚଢ଼ଉ ବେଳେ ଲୁଟ ପାଇଁ ଉଦ୍ୟମ କରୁଥିବା ଗ୍ୟାଙ୍ଗ ପାଖରୁ ପୁଲିସ୍‌ ଦୁଇଟି ଦେଶୀ ବନ୍ଦୁକ , ଦୁଇଟି ଜୀବନ୍ତ ଗୁଳି , ଦୁଇଟି ଖଣ୍ଡା , ଗୋଟିଏ ବୋଲେର ସହ ଅନେକ ମଦ ବୋତଲ ଜବତ କରିଛି। ଏହି ଗ୍ୟାଙ୍ଗର ମୁଖ୍ୟ ସିପୁନ ବାରିକ ନାଁରେ ଏକାଧିକ ମାମଲା ରହିଥିବା ଚମ୍ପୁଆ SDPO ବିଜୟ କୁମାର ମଲିକ କହିଛନ୍ତି।

ସେ କହିଛନ୍ତି, “ଏସପି ସାର୍‌ଙ୍କ ନିର୍ଦ୍ଦେଶକ୍ରମେ ଆମର ଆଣ୍ଟି ଡକାୟତି ପ୍ୟାଟ୍ରୋଲିଂ କରୁଥିଲେ। ଏହି ସମୟରେ ଖବର ମିଳିଥିଲା ଯେ ସ୍ଥାନୀୟ ଜଙ୍ଗଲରେ କିଛି ଲୋକ ଡକାୟତି ପାଇଁ ଯୋଜନା କରୁଛନ୍ତି। ଖବର ମିଳିବା ମାତ୍ରେ ପୁଲିସ୍‌ ଓ ପ୍ୟାଟ୍ରୋଲିଂ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା।

ପୁଲିସ୍‌କୁ ଦେଖି ସେଠାରେ ଏକାଠି ହୋଇଥିବା ୧୦ ଜଣ ଲୋକ ନିଜର ବୋଲେର ଛାଡ଼ି ଦୌଡ଼ିବାକୁ ଲାଗିଥିଲେ। ପୁଲିସ୍‌ ସେମାନଙ୍କର ପିଛା କରି ୧୦ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ୨ଟି ଦେଶୀ ବନ୍ଧୁକ, ୨ଟି ଜୀବନ୍ତ ଗୁଳି, ୨ଟି କଟୁରୀ, ୩ଟି କ୍ରିକେଟ ଷ୍ଟମ୍ପ, ୫ ପ୍ୟାକେଟ ଲଙ୍କା ଗୁଣ୍ଡ, ୪ଟି ଫେସ ମାସ୍କ, ଗୋଟିଏ ବୋଲେର, ୧୦ଟି ବିୟର ବୋତଲ ଓ ନଗଦ ୪ ହଜାର ୯୦୦ ଟଙ୍କା ଜବତ ହୋଇଛି।

ଏ ସଂକ୍ରାନ୍ତରେ ଗୋଟିଏ ମାମଲା ଚମ୍ପୁଆ ଥାନାରେ ରୁଜୁ କରାଯାଇଛି। ଗ୍ୟାଙ୍ଗର ସଦସ୍ୟ ସିପୁନ ବାରିକ ସମେତ ଏକାଧିକ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ଏକାଧିକ ମାମଲା ରହିଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।”

Loot Kendujhar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe