Advertisment

ଗହଣା ଦୋକାନରେ ପଶିଲେ ୪ ଲୁଟେରା, ବନ୍ଧୁକ ମୁନରେ ଲୁଟ୍‌ ଉଦ୍ୟମ

ଗହଣା ଦୋକାନରେ ପଶିଲେ ବନ୍ଧୁକଧାରୀ । ବନ୍ଧୁକ ଦେଖାଇ ଭୟଭୀତ କରି ଗହଣା ଲୁଟିବାକୁ କଲେ ଉଦ୍ୟମ । ମାତ୍ର ସବୁ ଉଦ୍ୟମ ଫେଲ୍‌ ମାରିଲା।

author-image
Niharika Rout
Robbery Attempt

Robbery Attempt

ଗହଣା ଦୋକାନରେ ପଶିଲେ ବନ୍ଧୁକଧାରୀ । ବନ୍ଧୁକ ଦେଖାଇ ଭୟଭୀତ କରି ଗହଣା ଲୁଟିବାକୁ କଲେ ଉଦ୍ୟମ । ମାତ୍ର ସବୁ ଉଦ୍ୟମ ଫେଲ୍‌ ମାରିଲା। ଦୋକାନ ନିକଟରେ ଥିବା ଲୋକେ ଜଣେ ବନ୍ଧୁଧାରୀଙ୍କୁ କାବୁ କରିଥିବା ବେଳେ ୩ ଜଣ ଫେରାର ହୋଇ ଯାଇଛନ୍ତି । ଏପରି ଏକ ଘଟଣା ଷ୍ଟିଲ ସିଟି ରାଉରକେଲାରେ ଗତ ରାତିରେ ଘଟିଛି।

Advertisment

ରାଉରକେଲାର ହାଇ ପ୍ରୋଫାଇଲ ଉଦିତନଗର ଥାନା ଅଞ୍ଚଳରେ ଥିବା ଏକ ଗହଣା ଦୋକାନରେ ଗତ ରାତି ପ୍ରାୟ ୧୦ଟା ବେଳେ ୪ ବନ୍ଧୁକଧାରୀ ଲୁଟେରା ପଶିଥିଲେ। ଉକ୍ତ ସମୟରେ ଦୋକାନରେ ଅଳ୍ପ ଗ୍ରାହକ ଥିବା ବେଳେ କର୍ମଚାରୀ ଥିଲେ। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରିବା ସହ ଗହଣା ଲୁଟିବାକୁ ଉଦ୍ୟମ କରିଥିଲେ।

ମାତ୍ର ଉକ୍ତ ସମୟରେ ଦୋକାନ ବାହାରେ ଥିବା କିଛି ଲୋକ ଜଣେ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ। ଏହାଦେଖି ଅନ୍ୟ ୩ ଜଣ ସେଠାରୁ ଖସି ପଳାଇଥିଲେ। ବେଳର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି ।

Advertisment

ପୁଲିସ୍‌ ଜଣେ ଲୁଟେରାଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣଙ୍କୁ ଗିରଫ କରିବାକୁ ଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ମାତ୍ର ଅଭିଯୁକ୍ତମାନେ ଫେରାର ଥିବା ଜଣାଯାଇଛି। 

ଦୋକାନଟି ଉଦିତନଗର ଥାନାଠୁ ମାତ୍ର ୨ଶହ ମିଟର ଦୂରରେ ଅବସ୍ଥିତ। ଉକ୍ତ ଅଞ୍ଚଳରେ ଏସ୍‌ପି ତଥା ଏଡିଏମ୍‌ଙ୍କ କ୍ୱାର୍ଟର୍ସ ବି ରହିଛି। ଏପରି ହାଇ ପ୍ରୋଫାଇଲ ଅଞ୍ଚଳରେ ଲୁଟେରାମାନଙ୍କ ଏପରି ଉତ୍ପାତ ଯୋଗୁ ସାଧାରଣ ଧନଜୀବନ ପ୍ରତି ବିପଦ ଦେଖାଯାଇଛି।

Sundargarh Robbery