Advertisment

ଗୁଳି ଫୁଟାଇ ଦମ୍ପତିଙ୍କଠାରୁ ଲୁଟ୍

ବନ୍ଧୁକ ଦେଖାଇ ପତ୍ନୀଙ୍କ ବେକରୁ ସୁନା ହାର, ମଙ୍ଗଳସୁତ୍ର ଓ କାନଫୁଲ ଲୁଟି ନେଇଥିବା ଅଭିଯୋଗ ହୋଇଛି

ଅଦ୍ୟତନ ହୋଇଛି
Loot

Loot

Advertisment

ଦିନ ଦ୍ୱଇପ୍ରହରରେ ଜାତୀୟ ରାଜପଥରେ ଦମ୍ପତିଙ୍କୁ ବନ୍ଦୁକ ଦେଖାଇ ଲୁଟିନେଲେ। ପ୍ରଥମେ ଦମ୍ପତିଙ୍କୁ ଧକ୍କା ଦେଲେ ଓ ତାପରେ ବେକରୁ ସୁନା ହାର, ମଙ୍ଗଳସୁତ୍ର ଓ କାନଫୁଲ ଝାମ୍ପିନେଲେ। ଭୟଭିତ କରିବାକୁ ଫାଙ୍କା ଗୁଳି ମଧ୍ୟ ରାସ୍ତା ଉପରକୁ ଚଳାଇଥିଲେ।

Advertisment

କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ସ୍ପଷ୍ଟ ଦିବାଲୋକରେ ଦମ୍ପତିଙ୍କ ଠାରୁ ଲୁଟ୍। ନିଗମ ପ୍ରଶାଦ ସାହୁ ଓ ତାଙ୍କ ପତ୍ନୀ ହରିଚନ୍ଦନପୁରରୁ ସ୍କୁଟିରେ ବେଲବାହାଳି ଯାଉଥିଲେ। ୨୦ ନମ୍ବର ଜାତୀୟ ରାଜପଥର ବୀରଗୋବିନ୍ଦପୁର ନିକଟରେ ରାସ୍ତାରେ ଯାଉଥିବା ସମୟରେ ଏକ କଳା ପଲସରରେ ୩ ଜଣ ମୁଖାପିନ୍ଧା ଯୁବକ ତାଙ୍କ ପିଛା କରିଥିଲେ। ଆଉ ସ୍କୁଟିକୁ ସାଇଟ୍‌ ମାରିଥିଲେ। ଦମ୍ପତିଙ୍କୁ ଭୟଭିତ କରିବା ପାଇଁ ବନ୍ଧୁକ ବାହାର କରି ୩ ରାଉଣ୍ଡ ଫାଙ୍କା ଗୁଳି କରିଥିଲେ।

ପରେ ବନ୍ଧୁକ ଦେଖାଇ ପତ୍ନୀଙ୍କ ବେକରୁ ସୁନା ହାର, ମଙ୍ଗଳସୁତ୍ର ଓ କାନଫୁଲ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଘଟଣାର ଖବର ପାଇ ଘଷିପୁରା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛି।

Advertisment
Loot Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe