Advertisment

ଭୁବନେଶ୍ୱରରେ ଧରାପଡ଼ିଲେ ଡକାୟତି ଗ୍ୟାଙ୍ଗ

କଦମ ଜାମିନରେ ଆସିବା ପରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଥିଲା

author-image
Biswajit Samal
police

police

ଭୁବନେଶ୍ୱର ଇନ୍‌ଫୋସିଟି ପୁଲିସ ହାତରେ ଧରାପଡ଼ିଲେ ଡକାୟତି ଗ୍ୟାଙ୍ଗ। ମଦ ଦୋକାନରୁ ଡକାୟତି ଯୋଜନା କରୁଥିବା ବେଳେ ପଟିଆ ଖେଳପଡ଼ିଆ ନିକଟରୁ ସେମାନଙ୍କୁ ଧରିଲା ପୁଲିସ।

Advertisment

ମୁଖ୍ୟ ଅଭିଯୁକ୍ତ ଏସ୍.କେ.ଇସଲାମ ଓରଫ କଦମ ନାଁ ରେ ରହିଛି ୪୮ ଟି ମାମଲା। କଦମ ଜାମିନରେ ଆସିବା ପରେ ବିଭିନ୍ନ ପ୍ରକାର ଅପରାଧ ଘଟାଉଥିଲା। କଦମ ସହ ରୋମି ନାୟକ, କାର୍ତ୍ତିକ ବେହେରା, ଜିତେନ୍ଦ୍ର ସାମଲ ଓ କେ.ଶିବାଜୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୨ଟି ଲୁହା ରଡ୍‌, ଗୋଟିଏ ଛୁରୀ, ମଦ ବୋତଲ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟ ଜବତ କରାଯାଇଛି।

ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭଡା ଘରେ ରହି ସେମାନେ ଡକାୟତି ଯୋଜନା କରୁଥିଲେ। ବିଭିନ୍ନ ଚୋରି ଓ ରାହାଜାନୀ ମାମଲାରେ ସେମାନଙ୍କ ସମ୍ପୃକ୍ତି ରହିଥିବା ଜାଣିବାକୁ ପାଇଛି ପୁଲିସ।

Advertisment
Robbery Gang