Advertisment

ମଣପୁରମ ଫାଇନାନ୍ସ ଅଫିସରୁ ଲୁଟ୍ ଘଟଣା, ଅଭିଯୁକ୍ତଙ୍କ ଟେର୍‌ ପାଉନି ପୁଲିସ

ପ୍ରାୟ ୨୮ କେଜି ୨୦୦ ଗ୍ରାମ ସୁନା ଏବଂ  ୪ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍‌ ହୋଇଛି। ସିସିସିଟିଭି ଫୁଟେଜ ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି।

Robbery

Robbery

Advertisment

ସମ୍ବଲପୁରରେ ମଣପୁରମ ଫାଇନାନ୍ସ ଅଫିସରୁ ସୁନା ଓ ଟଙ୍କା ଲୁଟ ଘଟଣାରେ ଏପର୍ଯ୍ୟନ୍ତ ଧରାପଡିନାହାନ୍ତି ଅଭିଯୁକ୍ତ। ୪ଟି ତଦନ୍ତକାରୀ ପୁଲିସ ଟିମ ରାଜ୍ୟ ବାହାରକୁ ଯାଇଛନ୍ତି। ଏଥିସହିତ ସମ୍ବଲପୁର ସହ ପଡ଼ୋଶୀ ଜିଲ୍ଲାରେ ମଧ୍ୟ ଖୋଜା ଖୋଜି ଚାଲିଛି। ତେବେ କୌଣସି ବି ସୁରାକ ମିଳିପାରିନି।

Advertisment

ସୂଚନା ଅନୁଯାୟୀ, ଗତକାଲି ବୁଢ଼ାରାଜା ସ୍ଥିତ ମଣପୁରମ୍ ଗୋଲ୍ଡ ଲୋନ୍ ଅଫିସରେ ବଡ଼ ଧରଣର ଲୁଟ୍ ହୋଇଥିଲା। ମଣପୁରମ୍ ଗୋଲଡ୍ ଲୋନ୍ ଅଫିସର କର୍ମଚାରୀ ଦେଇଥିବା ବୟାନ ଅନୁସାରେ, ପ୍ରାୟ ୬ରୁ ୭ ଜଣ ବନ୍ଧୁକଧାରୀ ଦୁବୃର୍ତ୍ତ ଅଫିସ୍ ଭିତରେ ଅଚାନକ ପଶି କର୍ମଚାରୀ ମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଅଫିସରେ ଥିବା ସମସ୍ତ କର୍ମଚାରୀଙ୍କୁ ଧମକାଇବା ସହ ବାନ୍ଧି ଦେଇଥିଲେ।

ପରେ ଚାହୁଁ ଚାହୁଁ ଅଫିସରେ ଥିବା ସୁନା ଅଳଙ୍କାରକୁ ଲୁଟି ନେଇ ପଳାଇଥିଲେ। ପ୍ରାୟ ୨୮ କେଜି ୨୦୦ ଗ୍ରାମ ସୁନା ଏବଂ  ୪ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟେରା ଫେରାର ମାରୁଥିବାର ଦୃଶ୍ୟ ସିସିସିଟିଭିରେ କଏଦ ହୋଇଥିବା ବେଳେ ଫୁଟେଜ ଆଧାରରେ ପୁଲିସ ତଦନ୍ତ ଜାରି ରଖିଛି।

Advertisment
Robbery Sambalpur Manappuram Finance Office
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe