Advertisment

NHରେ ଆତଙ୍କ, ଖଣ୍ଡାରେ ଆକ୍ରମଣ କରି ନେଇଗଲେ ୨ ଲକ୍ଷ

ବିଳମ୍ବିତ ରାତିରେ ଦୁଇ ଜଣଙ୍କୁ ପୁଲିସ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରୁଛି।

Attack near Berhampur NH

Attack near Berhampur NH

Advertisment

ବାଇକରେ ଆସିଲେ, ଖଣ୍ଡା ବୁଲାଇ ଲୁଟିନେଲେ। ଏଭଳି ଘଟଣା କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ବ୍ରହ୍ମପୁର ଜାତୀୟ ରାଜପଥ ପାର୍ଶ୍ୱରେ ଘଟିଛି। କେତେକ ଯୁବକ କାତି, ଖଣ୍ଡା ବୁଲାଇବା ସହ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ରାତିରେ ଘଟିଥିବା ଏହି ଘଟଣାର ପୂରା ଭିଡିଓ ସିସିଟିଭିରେ କଏଦ ହୋଇଛି। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଗୋଳନ୍ଥରା ଥାନା ପୁଲିସ।

Advertisment

ସୂଚନା ଅନୁସାରେ କନିଷି ଗାଁର ଡି ଦୁର୍ଯ୍ୟୋଧନ ଓ ଆକାଶ ପାତ୍ର ଶୁକ୍ରବାର ରାତିରେ ଅଟୋନଗର ଓଭରବ୍ରିଜ୍ ତଳେ ଏକ ଦୋକାନ ନିକଟରେ ଛିଡ଼ା ହୋଇ କଥା ହେଉଥିଲେ। ସେହି ସମୟରେ ତିନିଜଣ ଯୁବକ ପହଞ୍ଚି ଗାଳିଗୁଲଜ କରିବା ସହ ମାରଣାସ୍ତ୍ରରେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ଦୁର୍ଯ୍ୟୋଧନ ଧରିଥିବା ଦୁଇ ଲକ୍ଷ ଟଙ୍କା ମଧ୍ୟ ସେମାନେ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ମାରଣାସ୍ତ୍ର ଧରିଥିବା ଯୁବକମାନେ କିଛି ସମୟ ପାଇଁ ଜାତୀୟ ରାଜପଥରେ ଆତଙ୍କ ଖେଳାଇଥିଲେ।

ଖବର ପାଇ ଗୋଳନ୍ଥରା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିଳମ୍ବିତ ରାତିରେ ଦୁଇ ଜଣଙ୍କୁ ପୁଲିସ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଦୁର୍ଯ୍ୟୋଧନଙ୍କ ଅଭିଯୋଗ ଆଧାରରେ ଶନିବାର ମାମଲା ନଂ-୫୮୪/୨୪ ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ପୁଲିସ। ତେବେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

Advertisment
Loot Robbery Gang Loot In Berhampur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe