Advertisment

ରାଉରକେଲା: ଯୁବକଙ୍କୁ ଗୁଳି କରି ହତ୍ୟା, ପିଏଲଏଫଆଇର ହାତ ସନ୍ଦେହ

ରାଉରକେଲା: ନୂଆଗାଁ ବ୍ଲକ୍ ଟାଇଣ୍ଡା ଗାଁରେ ଗୁଲାବ ବଡାଇ ନାମକ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପଛରେ ପିପୁଲ୍ସ ଲିବରେଶନ ଫଣ୍ଟ ଅଫ ଇଣ୍ଡିଆ (ପିଏଲଏଫଆଇ) ସଦସ୍ୟଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଗୁରୁବାର ରାତି ପ୍ରାୟ ୮ଟାରେ ଗୋଲାପ ନିଜ ଘରୁ ସ୍ଥାନୀୟ ଏକ ଦୋକାନକୁ ଯାଉଥିଲେ। ଏହି ସମୟରେ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ଗୋଲାପ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ଗୋଲାପଙ୍କ […]

author-image
Rakesh Mallick
ଅଦ୍ୟତନ ହୋଇଛି
ରାଉରକେଲା: ଯୁବକଙ୍କୁ ଗୁଳି କରି ହତ୍ୟା, ପିଏଲଏଫଆଇର ହାତ ସନ୍ଦେହ

PLFI MURDER

ରାଉରକେଲା: ନୂଆଗାଁ ବ୍ଲକ୍ ଟାଇଣ୍ଡା ଗାଁରେ ଗୁଲାବ ବଡାଇ ନାମକ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପଛରେ ପିପୁଲ୍ସ ଲିବରେଶନ ଫଣ୍ଟ ଅଫ ଇଣ୍ଡିଆ (ପିଏଲଏଫଆଇ) ସଦସ୍ୟଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଗୁରୁବାର ରାତି ପ୍ରାୟ ୮ଟାରେ ଗୋଲାପ ନିଜ ଘରୁ ସ୍ଥାନୀୟ ଏକ ଦୋକାନକୁ ଯାଉଥିଲେ। ଏହି ସମୟରେ ଏକ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ଗୋଲାପ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ଗୋଲାପଙ୍କ ମୃତ୍ୟୁ ଘଟିଥିଲା। ଆଜି ସକାଳୁ ହାତୀବାଡି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Advertisment