Advertisment

ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି

ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍‌ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।

Couple

Couple

Advertisment

ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି। ରାଉରକେଲା କୋର୍ଟରେ ଚାକିରି କରାଇ ଦେବାକୁ ଠକି ନେଇଥିଲେ ୨୦ ଲକ୍ଷରୁ ଅଧିକ ଟଙ୍କା। 420 ଦମ୍ପତିଙ୍କ ମାୟା ଜାଲରେ ଫସିଛନ୍ତି ୧୯ରୁ ୨୦ ଜଣ ବେକାର ଯୁବକ ଓ ଯୁବତୀ। ଏ ନେଇ ଅଭିଯୋଗ ହେବା ପରେ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍‌।

Advertisment

ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍‌ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ। ଆଉ କୋର୍ଟ ଚାରି ପାର୍ଶ୍ୱରେ ଘୁରି ବୁଲୁଥିଲେ। ବେକାର ଯୁବତୀ ଓ ଯୁବକଙ୍କୁ ଟାର୍ଗେଟ କରୁଥିଲେ। ରାଉରକେଲା କୋର୍ଟରେ ଚାକିରି କରାଇଦେବାକୁ କହି ଠକୁଥିଲେ। କାହାକୁ କୋର୍ଟରେ କିରାଣୀ ଚାକିରି ତ ଆଉ କାହାକୁ ଷ୍ଟେନୋ ଚାକିରିର ଅଫର ଦେଉଥିଲେ।

ଲକ୍ଷ୍ମୀ ଓ ତାଙ୍କ ସ୍ୱାମୀଙ୍କ ଗେଟ୍‌ଅପ୍‌ ଓ ବେକରେ ପଡ଼ିଥିବା ସରକାରୀ ଲୋଗୋ ଥିବା ଆଇକାର୍ଡ ଦେଖି ସହଜରେ ବିଶ୍ୱାସ କରି ନେଉଥିଲେ ଆଶାୟୀମାନେ। ଆଉ ସେମାନଙ୍କ ଫାସରେ ଫସି ଯାଉଥିଲେ। ଚାକିରି ବାବଦକୁ ଲକ୍ଷ ଲକ୍ଷ ଟଙ୍କା ନେଉଥିଲେ। କାହାଠାରୁ ଫୋନ୍‌ ପେ’ ମାଧ୍ୟମରେ ଟଙ୍କା ନେଉଥିଲେ ତ ଆଉ କାହାଠାରୁ ନଗଦ ଟଙ୍କା ନେଉଥିଲେ। ଟଙ୍କା ପାଇବା ପରେ ନିଯୁକ୍ତିପତ୍ର ଓ ଆଇକାର୍ଡ ମଧ୍ୟ ଦେଉଥିଲେ। ପରବର୍ତ୍ତୀ ସମୟରେ ଆଶାୟୀମାନେ ପାଇଥିବା ନିଯୁକ୍ତପତ୍ର ଓ ଆଇକାର୍ଡ ନକଲି ବୋଲି ଜାଣିବା ପରେ ଅକଲ ଗୁଡୁମ୍‌ ହୋଇଯାଉଥିଲା।

Advertisment

ଏନେଇ ଉଦିତ ନଗର ଥାନାରେ ୩ଟି ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ଖୋଳତାଡ କରିଥିଲା। ସେତେବେଳେ ଖୋଲିଥିଲା ଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ଗୁମର। ଏନେଇ ରାଉରକେଲା ଡିଏସ୍‌ପି ନିର୍ମଳ ମହାପାତ୍ର କହିଛନ୍ତି, ଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ୧୯ରୁ ୨୦ ଜଣ ଆଶାୟୀଙ୍କୁ ଠକିଛନ୍ତି। ୨୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି। ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଛି ପୁଲିସ୍‌। ଏଥିସହ ସେମାନେ ଚଲାଉଥିବା ଏକ କାର୍‌ ଜବତ ହୋଇଛି। ପୂର୍ବରୁ ଲକ୍ଷ୍ମୀ ଏମିତି ଚିଟିଂ କରି ଗିରଫ ହୋଇ ଜେଲ୍‌ ଯାଇଥିଲା ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ରିପୋର୍ଟ- ରାଉରକେଲାରୁ ପବନ ତିୱାରୀ

Rourkela Crime Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe