/odisha-reporter/media/post_attachments/uploads/2016/02/sim-terrorist1.jpg)
sim-terrorist
ଭୁବନେଶ୍ୱର: ରାଉରକେଲାରୁ ଗିରଫ ୫ ସିମି ଆତଙ୍କବାଦୀଙ୍କୁ ଆଜି ରାଉରକେଲା ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇ ଜେଲକୁ ପଠାଇ ଦିଆଯାଇଛି। ଆଜି ଅପରାହ୍ନରେ କଡା ସୁରକ୍ଷା ମଧ୍ୟରେ ସମସ୍ତଙ୍କୁ ହାଜର କରାଯାଇଥିଲା। ତେବେ ମଧ୍ୟପ୍ରଦେଶ ପୋଲିସ, ମହାରାଷ୍ଟ୍ରର ପୁଣେ ପୋଲିସ ସହ ଭୋପାଳରୁ ଆସିଥିବା ଏନ୍ଆଇଏ ଟିମ୍ଙ୍କ ମଧ୍ୟରୁ କିଏ ଏହି ଆତଙ୍କବାଦୀଙ୍କୁ ରିମାଣ୍ଡରେ ନେବେ ତାହାର ଶୁଣାଣି କୋର୍ଟ ଆସନ୍ତାକାଲି କରିବେ। ଏହାସହ ଓଡିଶାର କ୍ରାଇମବ୍ରାଞ୍ଚ ପକ୍ଷରୁ ମଧ୍ୟ ଆଉ ଥରେ ରିମାଣ୍ଡରେ ନେବାକୁ ଆବେଦନ କରିଛି। ତେବେ ଓଡ଼ିଶା କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍କୁ ନା ଅନ୍ୟ ରାଜ୍ୟର ତଦନ୍ତକାରୀ ଦଳଙ୍କୁ ଏହି ଆତଙ୍କବାଦୀମାନେ ରିମାଣ୍ଡରେ ନେବେ ତାହା ଜଣାପଡିବ। ପୂର୍ବରୁ ଆତଙ୍କବାଦରଙ୍କୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ମାରାଥନ ଜେରା କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିସାରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
