Advertisment

ସାହାଯ୍ୟ ବାହାନାରେ ଯୁବତୀଙ୍କୁ ଅସଦାଚରଣ, ବନ୍ଧା ହେଲେ ଆରପିଏଫ ଏଏସଆଇ

ହଷ୍ଟେଲ ବନ୍ଦ ଥିବାରୁ ରାଜଧାନୀରେ ଏକୁଟିଆ ହୋଇ ଯାଇଥିବା ଯୁବତୀ ଆରପିଏଫ ଥାନାକୁ ଯାଇଥିଲେ ।

author-image
Niharika Rout
ଅଦ୍ୟତନ ହୋଇଛି
Arrest

Arrest

ଖାକିରେ ଲାଗିଲା ଦାଗ। ରକ୍ଷକ ସାଜିଲେ ଭକ୍ଷକ। ସାହାଯ୍ୟ କରିବା ବାହାନାରେ ଯୁବତୀଙ୍କୁ କଲେ ଅସଦାଚରଣ। ଏପରି ଲଜ୍ଜାଜନକ କାଣ୍ଡ ଘଟାଇ ଗିରଫ ହୋଇଛନ୍ତି ଭୁବନେଶ୍ୱର ଆରପିଏଫ ଏଏସଆଇ ନିରଞ୍ଜନ ଜେନା।

Advertisment

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଘର ଜଗତସିଂପୁରରେ ହୋଇଥିବା ବେଳେ ସେ ଭୁବନେଶ୍ୱରର ଏକ ହଷ୍ଟେଲରେ ରହୁଥିଲେ। ଦୁଇ ଦିନ ତଳେ ଟ୍ରେନ୍‌ରେ ଆସି ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇଥିଲେ। ମାତ୍ର ହଷ୍ଟେଲ ବନ୍ଦ ଥିବାରୁ ଆରପିଏଫ ଥାନାକୁ ଯାଇଥିଲେ। ସେଠାରେ ASI ନିରଞ୍ଜନ ତାଙ୍କୁ ଏକ ରୁମ୍‌ରେ ରହିବା ପାଇଁ କହିଥିଲେ।   

ଯୁବତୀ ରୁମ୍ ଭିତରକୁ ଯିବାପରେ ତାଙ୍କୁ ଏକୁଟିଆ ପାଇ ନିରଞ୍ଜନ କବାଟ ବନ୍ଦ କରି ଦେଇଥିଲେ ଓ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଏଥିରେ ଭୟଭୀତ ହୋଇ ଯୁବତୀ ଜଣଙ୍କ ପିସିଆରକୁ କଲ୍‌ କରିଥିଲେ। ତତ୍‌କ୍ଷଣାତ ପୁଲିସ୍‌ ପହଞ୍ଚି ଉକ୍ତ ରୁମ୍‌ରୁ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏନେଇ ଯୁବତୀ ଜଣଙ୍କ GRP ଥାନାରେ ଅଭିଯୋଗ କରିବା ପରେ ଏଏସଆଇ ନିରଞ୍ଜନଙ୍କୁ ଗିରଫ କରାଯାଇଛି। 

Advertisment
Bhubaneswar Arrest RPF