Advertisment

କାନ୍ଥରେ କଣା କରି ନେଇଗଲେ ୨୫ କୋଟି ଟଙ୍କାର ଅଳଙ୍କାର

ପାହଚକୁ ଲାଗି ରହିଥିବା କାନ୍ଥରେ ବିରାଟ ବଡ଼ ଗର୍ତ୍ତ ରହିଛି। ସମ୍ଭବତଃ ଚୋରମାନେ ଏହି ରାସ୍ତା ଦେଇ ଷ୍ଟ୍ରଙ୍ଗ ରୁମରେ ପଶି ଚୋରି କରିଛନ୍ତି।

author-image
Hemant Lenka
Loot

Loot

ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ବଡ଼ଧରରଣ ଚୋରି। ଗୋଟିଏ ଗହଣା ଦୋକାନରୁ ଚୋରି ହୋଇ ଯାଇଛି ପ୍ରାୟ ୨୫ କୋଟି ଟଙ୍କାର ଅଳଙ୍କାର। ଡାକାୟତମାନେ ଜୁଏଲାରୀ ଦୋକାନର ଷ୍ଟ୍ରଙ୍ଗ ରୁମ କାନ୍ଥ କଣା କରି ଏପରି ଲୁଟ କରିଛନ୍ତି। ୟ

Advertisment

ଦିଲ୍ଲୀର ଭୋଗଲ ଅଞ୍ଚଳରେ ଏହି ଦୋକାନଟି ରହିଛି। ଦୋକାନରେ ଥିବା ସମସ୍ତ ୨୦ରୁ ୨୫ କୋଟି ଟଙ୍କା ମୂଲ୍ୟର ସୁନା, ରୁପା, ହୀରା ଓ ଅନ୍ୟ ଅଳଙ୍କାର ଲୁଟ ହୋଇ ଯାଇଥିବା ଏହାର ମାଲିକ କହିଛନ୍ତି।

ପୁଲିସ୍‌ କହିଛି ଯେ ରାଜଧାନୀରେ ଏହା ସବୁଠାରୁ ବଡ଼ ସିନ୍ଧି ଚୋରି ଘଟଣା। ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି। ଚୋରି ହୋଇ ଯାଇଥିବା ଦୋକାନର ମାଲିକ ସଞ୍ଜୀବ ଜୈନ କହିଛନ୍ତି, ସେମାନେ ରବିବାର ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ସୋମାବାର ଅଫ ପରେ ସେ ମଙ୍ଗଳବାର ଦୋକାନ ଖୋଲିବାକୁ ଆସିଥିଲେ।

Advertisment

ହେଲେ ସେ ପହଞ୍ଚିଲା ବେଳକୁ ଦୋକାନର ଚାରିଆଡ଼େ ଧୂଳି ପଡ଼ି ରହିଥିଲା। ଏହାପରେ ଷ୍ଟ୍ରଙ୍ଗ ରୁମ କାନ୍ଥ କଣା ଯାଇଥିବା ତାଙ୍କର ନଜର ପଡ଼ିଥିଲା। ଏହି ଗର୍ତ୍ତ ଦେଇ ଚୋରମାନେ ଷ୍ଟ୍ରଙ୍ଗ ରୁମକୁ ଯିବା ସହ ସେଠାରେ ଥିବା ସବୁ ଅଳଙ୍କାର ଚୋରି କରି ନେଇଥିବା ସେ କହିଛନ୍ତି। 

ଡକାୟତମାନେ ଦୋକାନରେ ଲାଗିଥିବା ସିସଟିଭି କ୍ୟାମେରାକୁ ଭାଙ୍ଗି ଦେଇଛନ୍ତି। ସେମାନେ ଛାତ ପଟ ଦେଇ ଦୋକାନ ଭିତରକୁ ଆସିଥିବା ଶ୍ରୀ ଜୈନ ସୂଚନା ଦେଇଛନ୍ତି।

ସାମ୍ନାକୁ ଆସିଥିବା ଦୃଶ୍ୟରେ ଦେଖିବାକୁ ମିଳିଛି ଯେ ପାହଚକୁ ଲାଗି ରହିଥିବା କାନ୍ଥରେ ବିରାଟ ବଡ଼ ଗର୍ତ୍ତ ରହିଛି। ସମ୍ଭବତଃ ଚୋରମାନେ ଏହି ରାସ୍ତା ଦେଇ ଷ୍ଟ୍ରଙ୍ଗ ରୁମରେ ପଶି ଚୋରି କରିଛନ୍ତି।

ଡିସିପି (ଦକ୍ଷିଣ-ପୂର୍ବ) ରାଜେଶ ଦେଓ କହିଛନ୍ତି ଯେ ଆମକୁ ସ୍ଥାନୀୟ ଅଞ୍ଚଳର ସିସଟିଭି ଫୁଟେଜ ମିଳିଛି। ଏହା ଚୋରିର ଗୋଟିଏ ବଡ଼ ଘଟଣା। ଏବେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଦୁର୍ବୃତ୍ତମାନେ ଚୋରି କରିବା ପାଇଁ ବହୁଦିନରୁ ସମ୍ଭବତଃ ଯୋଜନା କରିଥିଲେ।

ଦୋକାନ ସମ୍ପର୍କରେ ସେମାନଙ୍କ ପାଖରେ ସୂଚନା ଥିଲା ଓ ଏହାର ଷ୍ଟ୍ରଙ୍ଗ ରୁମ ପାଖରେ କେମିତି ପହଞ୍ଚିବାକୁ ହେବ, ସେକଥା ମଧ୍ୟ ସେମାନଙ୍କୁ ଜଣାଥିଲା। ଲାଗୁଛି ପୂର୍ବରୁ ଚୋରମାନେ ଉକ୍ତ ସ୍ଥାନକୁ ଆସି ପୂରା ଅଞ୍ଚଳକୁ ତନତନ କରି ଦେଖିଥିଲେ। ଏହାପରେ ସେମାନେ ଚୋରିକୁ ରୂପରେଖ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଶ୍ରୀ ଦେଓ କହିଛନ୍ତି।

Delhi Loot