Advertisment

ଏଟିଏମ୍‌କୁ କାଟି ନେଇଗଲେ ୩୨ ଲକ୍ଷ

ଏଟିଏମକୁ ଗ୍ୟାସ କଟରରେ କାଟି ୩୨ ଲକ୍ଷ ଟଙ୍କାରୁ ଅଧିକ ଲୁଟି ନେଲେ ଦୁର୍ବୃତ୍ତ।

author-image
Niranjan Mishra
ATM

ATM

ନବରଙ୍ଗପୁର ଉମରକୋଟ ବ୍ଲକ ଧୋଡ୍ରା ଏସବିଆଇ ଏଟିଏମକୁ ଗ୍ୟାସ କଟରରେ କାଟି ୩୨ ଲକ୍ଷ ଟଙ୍କାରୁ ଅଧିକ ଲୁଟି ନେଲେ ଦୁର୍ବୃତ୍ତ। ଗତକାଲି ରାତିରେ ଲୁଟେରା ଏଭଳି ଲୁଟ୍ କରିଥିବା ଜଣାପଡିଛି। ଏଟିଏମକୁ ଭଙ୍ଗା ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ଆଜି ପୁଲିସକୁ ଖବର ଦେଇଥିଲେ। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

Advertisment

ସେପଟେ ଯାଞ୍ଚ ପରେ ଏଟିଏମରୁ ୩୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା ଉମରକୋଟ ଶାଖାର ଆକାଉଣ୍ଟାଣ୍ଟ ପୁଲିସକୁ ସୂଚନା ଦେଇଛନ୍ତି। ଘଟଣା ପରେ ପୁଲିସ ସମସ୍ତ ସିସିଟିଭି ଫୁଟେଜକୁ ଆଧାର କରି ଯାଞ୍ଚ ଆରମ୍ଭ କରିଛି।

କିଛି ଦନି ପୂର୍ବେ ଉମରକୋଟ ସହର ମୁଖ୍ୟ ରାସ୍ତାରେ ଥିବା ୬ ଟି ଦୋକାନରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିଲା। ଦିନକୁ ଦିନ ଉମରକୋଟ ଅଞ୍ଚଳରେ ଚୋରି, ଡକାୟତ, ହତ୍ୟା, ମୁଖ୍ୟ ରାସ୍ତାରେ ଗୁଳି ମାଡ ଭଳି ଘଟଣା ବୃଦ୍ଧି ପାଉଛି। ଯାହା ପୁଲିସ ଲାଗି ଚ୍ୟାଲେଞ୍ଜ ସୃଷ୍ଟି କରିଛି।

Advertisment

ତେବେ ଏ ନେଇ ପୁଲିସର ପ୍ରତିକ୍ରିୟା ମିଳିନି।

ATM ଏଟିଏମ୍‌ ଲୁଟ୍‌ ପରେ ଲୋକଙ୍କ ଭିଡ଼ ଜମିଛି।
Crime ATM Loot