Money Seizde
ରାସ୍ତା ଉପରେ ଗୋଟିଏ ପରେ ଗୋଟିଏ ଗାଡ଼ି ଯାଞ୍ଚ କରୁଥିଲା ପୁଲିସ୍। ତନ୍ନ ତନ୍ନ ଯାଞ୍ଚ କରି ଛାଡ଼ୁଥିଲା। ଏହି ସମୟରେ ଏକ ଇନୋଭା ଯାଞ୍ଚ ବେଳେ ପୁଲିସ୍ ଯାହା ଦେଖିଲା ଚକିତ ରହିଗଲା। ଗାଡ଼ି ଭିତରୁ ବାହାରିଲା ବ୍ୟାଗ୍ ପରେ ବ୍ୟାଗ ଭର୍ତ୍ତି ଟଙ୍କା । ଏହି ଟଙ୍କାର ଆନୁମାନିକ ମୂଲ୍ୟ ୮କୋଟି ହେବ ବୋଲି ପୁଲିସ୍ ଆକଳନ କରିଛି। ଏପରି ଏକ ଘଟଣା କର୍ଣ୍ଣାଟକାର ହୋଲ୍ଲାକେରେ ଅଞ୍ଚଳରେ ଘଟିଛି।
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ୍ ହୋଲ୍ଲାକେରେ ଅଞ୍ଚଳରେ ଗାଡ଼ିଗୁଡ଼ିକୁ ଚେକିଂ କରୁଥିଲା। ଉକ୍ତ ସମୟରେ ସେହି ବାଟ ଦେଇ ଯାଉଥିବା ଏକ ଇନୋଭାକୁ ପୁଲିସ୍ ଅଟକାଇଥିଲା।
ଏହାପରେ ଗାଡ଼ି ଭିତର ଯାଞ୍ଚ କରୁ କରୁ ପୁଲିସ୍ ପ୍ରାୟ ୮ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିଛି। ପୁଲିସ୍ ଗାଡ଼ିଟିକୁ ଜବତ କରି ଥାନାକୁ ଆଣିଥିବା ବେଳେ ୨ ଜଣଙ୍କୁ ଅଟକ ରଖିଛି।
ତେବେ ଏତେ ଟଙ୍କା କାହାର ଓ କେଉଁଠିକୁ ଯାଉଥିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ। ଏହି ଟଙ୍କା ୮ କୋଟିରୁ ଅଧିକ ହେବ ବୋଲି ଆକଳନ କରାଯାଉଥିବା ତାହାକୁ ଗଣା ଯାଇ ନ ଥିବା ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି। ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲଇ ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us