Advertisment

କୋଟିପତି RTO: ଭୁବନେଶ୍ୱର ଓ ବେଙ୍ଗାଲୁରୁରେ ରହିଛି ଫ୍ଲାଟ

ଭୁବନେଶ୍ୱର ଠାରୁ ବେଙ୍ଗାଳୁରୁ, ଯେଉଁଠି ଦେଖିବ ସେଠି ଦାମୀ ଆପାର୍ଟମେଣ୍ଟରେ ରହିଛି ବସନ୍ତଙ୍କର ଫ୍ଳାଟ୍। କେବଳ ଫ୍ଲାଟ ନୁହେଁ, ତାଙ୍କ ନାଁରେ ନାମୀଦାମୀ ବ୍ୟବସାୟିକ ଆଉଟଲେଟ୍ ବି ରହିଛି।

author-image
Hemant Lenka
ଅଦ୍ୟତନ ହୋଇଛି
RTO

RTO

ବୌଦ୍ଧ RT0 ବସନ୍ତ ମହାପାତ୍ରଙ୍କର ଅମାପ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା। ଭୁବନେଶ୍ୱର ଠାରୁ ବେଙ୍ଗାଳୁରୁ, ଯେଉଁଠି ଦେଖିବ ସେଠି ଦାମୀ ଆପାର୍ଟମେଣ୍ଟରେ ରହିଛି ବସନ୍ତଙ୍କର ଫ୍ଳାଟ୍। କେବଳ ଫ୍ଲାଟ ନୁହେଁ, ତାଙ୍କ ନାଁରେ ନାମୀଦାମୀ ବ୍ୟବସାୟିକ ଆଉଟଲେଟ୍ ବି ରହିଛି। ଏଥିସହ ଭିଜିଲାନ୍ସ କରୁଥିବା ରେଡ ସମୟରେ ଏଯାଏ ୩ କୋଟି ୭୫ ଲକ୍ଷ ଟଙ୍କାର ଫିକସ୍ ଡିପୋଜିଟ୍ ମିଳିଛି। ଭୁବନେଶ୍ୱରର ବିଭିନ୍ନ ଫ୍ଳାଟ୍ ସମେତ ଆଜି ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିବା ବେଳେ ବସନ୍ତଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିଛି।

Advertisment

ରେଡ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି ଯେ ରାଜାଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ଆଇଟି ସିଟି ବେଙ୍ଗାଲୁରୁର ଦାମୀ ଆପାର୍ଟମେଣ୍ଟରେ ବସ୍ତଙ୍କର ‍ଫ୍ଲାଟ ଓ ଘର ରହିଛି। ଭୁବନେଶ୍ୱରର ପ୍ରାୟ ଅଧିକାଂଶ ଦାମୀ ଆପାର୍ଟମେଣ୍ଟରେ ବସନ୍ତ ଏକାଧିକ ଫ୍ଲାଟ୍ କିଣିଛନ୍ତି କିମ୍ବା କିଣିବା ପାଇଁ ଆଡଭାନ୍ସ ଦେଇଛନ୍ତି। 

ପାହାଳରେ ଥିବା ଉତ୍କଳ ସିଗ୍ନେଚରରେ ତାଙ୍କର ୩ ହଜାର ବର୍ଗ ଫୁଟର ଗୋଟିଏ ଫ୍ଲାଟ ରହିଛି। ଏହାର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ। ସେହିଭଳି କଳାରାହାଙ୍ଗରେ ଥିବା ନାମୀଦାମୀ Z-1 ଇଷ୍ଟେଟରେ ୧୭୭୬ ବର୍ଗଫୁଟର ଏକ ୫ BHK ଫ୍ଲାଟ ପାଇଁ ଦିଆଯାଇଛି କୋଟିଏ ୩୫ ଲକ୍ଷ ଟଙ୍କାର ଆଡଭାନ୍ସ।

Advertisment

ଶୈଳଶ୍ରୀବିହାରରେ ଥିବା ୱେଷ୍ଟ ଏଣ୍ଡ୍ ଆର୍ପାର୍ଟମେଣ୍ଟରେ ରହିଛି ଗୋଟିଏ ୨ BHK ଫ୍ଲାଟ୍। କଳ୍ପନା ଛକରେ ଥିବା ଉତ୍କଳ ରୟାଲ୍ ରେସିଡେନ୍ସିରେ ପ୍ରାୟ କୋଟିଏ ଟଙ୍କାର ଗୋଟିଏ ୩ BHK ଫ୍ଲାଟ୍ ବି ତାଙ୍କର ରହିଛି। 

ଭୁବନେଶ୍ୱରରେ ଥିବା ସଂପତ୍ତିର ତାଲିକା ଏତିକିରେ ସରୁନି। କଳ୍ପନାରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲରେ ରହିଛି ୨ କୋଟି ଟଙ୍କାର ୨ଟି ଶପିଂ ଆଉଟଲେଟ୍ ବି ରହଛି। ବେଙ୍ଗାଲୁରୁରେ ମଧ୍ୟ ଏକ ଦାମୀ ଆପାର୍ଟମେଣ୍ଟରେ ଫ୍ଲାଟ କିଣିବା ଲାଗି ସେ ୮୮ ଲକ୍ଷ ଆଡଭାନ୍ସ ଦେଇଥିବା ଜଣାପଡ଼ିଛି।

ବାବୁ ବସନ୍ତ ମହାପାତ୍ରଙ୍କ ସଂପତ୍ତି ତାଲିକା ଆହୁରି ଲମ୍ବା। ବସନ୍ତ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ବିଭିନ୍ନ ବ୍ୟାଙ୍କ, ପୋଷ୍ଟାଲ୍, ଇନ୍ସ୍ୟୁରାନ୍ସ ଡିପୋଜିଟ୍ ଇତ୍ୟାଦିରେ ରହିଛି ୩ କୋଟି ୭୫ ଲକ୍ଷ ଟଙ୍କା। ତା’ଛଡ଼ା ଭିଜିଲାନ୍ସ ଚଢ଼ଉ ବେଳେ ମିଳିଛି ୨୬୦ ଗ୍ରାମର ସୁନା ଅଳଙ୍କାର। ଏବେ ବି ଚଢ଼ଉ ଜାରି ରହିଥିବାରୁ ଆହୁରି ଅଧିକ ପରିମାଣର ସୁନା ଅଳଙ୍କାର ମିଳିବାର ସମ୍ଭାବନା ରହିଛି।

ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ରଙ୍କର ଆୟ ବହିର୍ଭୂତ ସଂପତ୍ତି ନେଇ ଏକାଧିକ ଅଭିଯୋଗ ମିଳିବା ପରେ ବୌଦ୍ଧ ଅଫିସ୍ ସମେତ ଗଞ୍ଜାମ ଭଞ୍ଜନଗର ସ୍ଥିତ ତାଙ୍କ ପୈତୃକ ଘର, ବ୍ରହ୍ମପୁର କମାପଲ୍ଲୀ ସ୍ଥିତ ସଂପର୍କୀୟଙ୍କ ବାସଭବନ ଆଦି ୧୦ଟି ସ୍ଥାନରେ ଏକାକାଳୀନ ଚଢଉ କରିଛି ଭିଜିଲାନ୍ସ।

ବସନ୍ତଙ୍କ ଏଭଳି ଆଖି ଖୋସି ହେବା ଭଳି ସଂପତ୍ତି ପଦାକୁ ଆସିବା ପରେ ପରିବହନ ବିଭାଗରେ ଆଉ ଏଭଳି କେତେ କୁବେର ଅଫିସର ଅଛନ୍ତି ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି।

Odisha Bhubaneswar Vigilance Raid Odisha Vigilance Boudh