/odisha-reporter/media/post_attachments/uploadimage/library/16_9/16_9_0/IMAGE_1701943351.jpg)
school-shooting
ସ୍କୁଲରେ ଫୁଟିଲା ଗୁଳି। କ୍ଲାସ୍ମେଟ୍ଙ୍କ ଉପରକୁ କଲେ ଆଖିବୁଜା ଗୁଳିମାଡ଼। କୌଣସି ଆତତାୟୀ ନୁହେଁ ଜଣେ ୧୪ ବର୍ଷୀୟ ନାବାଳିକା ଘଟାଇଛି ଏଭଳି କାଣ୍ଡ। ଏଥିସହ ନିଜେ ମଧ୍ୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ଏହି ଗୁଳିମାଡ଼ରେ ୫ ଜଣ ଆହତ ହୋଇଛନ୍ତି। ରୁଷର ଏକ ସ୍କୁଲରେ ଘଟିଛି ଏଭଳି କିଛି ଗୁଳିକାଣ୍ଡ।
ପୁଲିସ ସୂଚନା ମୁତାବକ, ରୁଷର ବ୍ରାୟନ୍ସ ସହରରେ ୧୪ ବର୍ଷୀୟା ନାବାଳିକା ଜଣକ ସ୍କୁଲଙ୍କୁ ଏକ ବନ୍ଧୁକ ନେଇ ଆସିଥିଲେ। ଉକ୍ତ ବନ୍ଧୁକରୁ ସେ ନିଜ କ୍ଲାସମେଟ୍ଙ୍କ ଉପରକୁ ଗୁଳିମାଡ କରିଥିବା ପୁଲିସ ତଦନ୍ତରୁ ଜଣାପଡିଛି। ଗୁଳିମାଡ଼ରେ ୫ ଜଣ ଆହତ ହୋଇଛନ୍ତି। ମସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତେବେ ଗୁଳିମାଡ଼ ପରେ ଉକ୍ତ ନାବାଳିକା ନିଜକୁ ମଧ୍ୟ ଗୁଳିକରି ଆତ୍ମହତ୍ୟା କରିଥିବା ରଏଟର୍ସ ସୂଚନା ଦେଇଛି।
ତେବେ କେଉଁ କାରଣରୁ ଏହି ନାବାଳିକା ଜଣକ ଏଭଳି ଗୁଳିମାଡ଼ କରିଥିଲେ ସେ ନେଇ କୌଣସି ସୂଚନା ମିଳିନାହିଁ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଉକ୍ତ ନାବାଳିକ ଜଣକ ନିଜ ବାପାର ବନ୍ଧୁକକୁ ସ୍କୁଲ ନେଇ ଆସିଥିବା ପୁଲିସ କହିଛି। ସେପଟେ ଏହି ଘଟଣାକୁ ସ୍ଥାନୀୟ ରାଜ୍ୟପାଳ ଆଲେକଜେଣ୍ଡରା ବୋଗୋମ୍ଜ ଭୟଙ୍କର ଘଟଣା ବୋଲି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
