Advertisment

ପ୍ରେମିକାଙ୍କୁ ଦୁଷ୍କର୍ମ ପରେ ୧୧୧ ଥର ଛୁରୀ ଭୁଷି ହତ୍ୟା କରିଥିଲା, କିନ୍ତୁ ସବୁ କିଛି ମାଫ୍‌ କରିଦେଲେ ରାଷ୍ଟ୍ରପତି ପୁଟିନ

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତା’ର ସବୁ ଦୋଷକୁ କ୍ଷମା କରି ଦେଇଛନ୍ତି। ତା’କୁ ଜେଲରୁ ମଧ୍ୟ ଖଲାସ କରି ଦେଇଛନ୍ତି।

Putin

Putin

Advertisment

ପ୍ରେମିକା ବ୍ରେକ କରିବାରୁ ରାଗ ସମ୍ଭାଳି ପାରିଲେ ନାହିଁ। ଅତ୍ୟନ୍ତ ନିର୍ମମ ଭାବେ ପ୍ରେମିକାଙ୍କୁ ସାଢ଼େ ୩ ଘଣ୍ଟା ପିଟିବା ସହ ଦୁଷ୍କର୍ମ କଲା। ଶେଷରେ ତାଙ୍କୁ ୧୧୧ ଥର ଛୁରୀ ଭୁଷି ହତ୍ୟା କରିଥିଲା। ଏପରି ଲୋମହର୍ଷଣକାରୀ ଘଟଣା ଘଟାଇଥିବା ଯୁବକକୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ୧୭ ବର୍ଷର ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

Advertisment

ହେଲେ ଜେଲରେ ସେ ବର୍ଷେରୁ କମ ସମୟ ରହିଛି। କାରଣ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତା’ର ସବୁ ଦୋଷକୁ କ୍ଷମା କରି ଦେଇଛନ୍ତି। ତା’କୁ ଜେଲରୁ ମଧ୍ୟ ଖଲାସ କରି ଦେଇଛନ୍ତି।

କୌଣସି ସଭ୍ୟ ସମାଜରେ ଏପରି ଘଟଣା ଆଦୌ ଗ୍ରହଣୀୟ ହୋଇ ନଥିବା ବେଳେ ପୁଟିନ ନେଇଥିବା ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି। ପୁଟିନଙ୍କ ନିର୍ଦ୍ଦେଶରେ ଜେଲରୁ ଖଲାସ ହୋଇଥିବା ଯୁବକ ଜଣକ ହେଲେ ଭ୍ଲାଦିସଲାଭ କାନୟୁସ। ସେ ତା’ର ପ୍ରେମିକା ବୀରା ଖତେଲେଭାଙ୍କୁ ହତ୍ୟା କରି ୧୭ ବର୍ଷର ଜେଲଦଣ୍ଡ ପାଇଥିଲା।

Advertisment

କାନୟୁସ ଓ ବୀରା ପରସ୍ପରକୁ ଦୀର୍ଘଦିନ ହେଲା ଭଲ ପାଉଥିଲେ। କିନ୍ତୁ ହଠାତ୍ କାନୟୁସଙ୍କ ସହ ବୀରା ବ୍ରେକଅପ କରି ଦେଇଥିଲେ। ଏଥିରେ ରାଗି ଯାଇ ସେ ଏହାର ପ୍ରତିଶୋଧ ନେବାକୁ ପଣ କରିଥିଲା। ଯୋଜନା ମୁତାବକ ସେ ବୀରାଙ୍କୁ ଅପହରଣ କରିବା ସହ ଗୋଟିଏ ରୁମକୁ ନେଇ ଯାଇଥିଲା। ସେଠାରେ ସେ ତାଙ୍କୁ ସାଢ଼େ ୩ ଘଣ୍ଟା କାଳ ଦୁଷ୍କର୍ମ କରିବା ସହ ଅକଥନୀୟ ନିର୍ଯାତନା ଦେଇଥିଲା। 

ସେଠାରୁ ତାଙ୍କୁ ମାଡ଼ ମାରିବା ସହ ୧୧୧ ଥର ଛୁରୀ ଭୁଷି ଥିଲା। ଏତିକିରେ ତା’ ରାଗ ଶାନ୍ତ ହୋଇ ନଥିଲା ଯେ ସେ ଗୋଟିଏ ତାର ଦ୍ୱାରା ତାଙ୍କ ବେକକୁ ଦୀର୍ଘ ସମୟ ଧରି ଚିପି ଧରିଥିଲା। 

ବୀରା ଚିତ୍କାର ଶୁଣି ପଡ଼ୋଶୀମାନେ ପୁଲିସ୍‌କୁ ୭ଥର ଫୋନ କରିଥିଲେ। କିନ୍ତୁ ଏହାର ଉତ୍ତର ପୁଲିସ୍‌ ଦେଇ ନଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ପୁଲିସ୍‌ ବୀରାଙ୍କ ମୃତଦେହ ଜବତ କରିବା ସହ କାନୟୁସକୁ ଗିରଫ କରିଥିଲା। କୋର୍ଟ ତା’କୁ ୧୭ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ ମଧ୍ୟ କରିଥିଲେ।

କିନ୍ତୁ ରାଷ୍ଟ୍ରପତି ପୁଟିନ ତାକୁ ଜେଲରୁ ଖଲାସ କରି ଦେଇଛନ୍ତି। ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ କାନୟୁସ ଏଥିରେ ଭାଗ ନେବାକୁ ଚାହିଁଥିଲା। ତେଣୁ ରାଷ୍ଟ୍ରପତି ପୁଟିନ ତାଙ୍କୁ ଅତ୍ୟନ୍ତ ଗୁପ୍ତ ଭାବେ ଖଲାସ କରିଥିଲେ। ଏବେ କାନୟୁସକୁ ସେନା ପୋଷାକରେ ଥିବା ବୀରାଙ୍କ ମା’ ଓକସାନା ଦେଖିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

କାନୟୁସ ରୁଷ ସେନାର ପୋଷାକର ଥିବା ବେଳେ ହାତରେ ବନ୍ଧୁକ ଧରିଛି। ଏହି ଫଟୋ ଦେଖି ଓକସାନା ସମସ୍ତଙ୍କୁ ପୁଟିନଙ୍କ କାରସାଦି ସମ୍ପର୍କରେ ଜଣାଇଛନ୍ତି। ବୀରାଙ୍କ ହତ୍ୟାକାରୀକୁ ପୁଟିନ ଛାଡ଼ି ଦେଇଥିବାରୁ ତାଙ୍କ ମା’ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କାନ୍ଦି କାନ୍ଦି କହିଛନ୍ତି, “ଏହା ମୋ ପାଇଁ ଶକ୍ତ ଝଟକା। ମୋ ଝିଅ କବର ଭିତରେ ଥାଇ ମଧ୍ୟ ଏହାକୁ ଦେଖି ସ୍ତବ୍ଧ ହୋଇଯାଇଥିବ। ଏବେ ମୋର ସବୁ ଆଶା ଶେଷ ହୋଇଗଲା।

ମୋ ଜୀବନ ବର୍ବାଦ ହୋଇଗଲା। ମୁଁ ବଞ୍ଚିବାକୁ ଚାହୁଁନି। ସେମାନେ ମୋତେ ପୂରା ଶେଷ କରି ଦେଇଛନ୍ତି। ଝିଅକୁ ହରାଇବା ସତ୍ତ୍ୱେ ମୁଁ ଧୈର୍ଯ୍ୟ ଧରିଥିଲି। କିନ୍ତୁ ଆମ ସରକାର ମୋତେ ଜୀବନ୍ତ ଶବ ବନାଇ ଦେଇଛି। ମୁଁ ଜାଣନି ଆଗକୁ କ’ଣ କରିବି।”

ମହିଳା ଅଧିକାର କର୍ମୀ ଆଲୟୋନା ପୋପୋଭା କହିଛନ୍ତି ଯେ କାନୟୁସକୁ ଜେଲରୁ ୟୁକ୍ରେନ ସୀମାନ୍ତ ରୋସ୍ତୋଭକୁ ସ୍ଥାନାନ୍ତର କରାଯାଇଥିବା କଥାକୁ  ଅଧିକାରୀମାନେ ନିଶ୍ଚିତ କରିଛନ୍ତି। ଏପ୍ରିଲ ୨୭ରୁ ରାଷ୍ଟ୍ରପତିଙ୍କ ରାଜକ୍ଷମା ବଳରେ କାନୟୁସର ଜେଲଦଣ୍ଡକୁ ଖାରଜ କରାଯାଇଛି। ଏନେଇ ନଭେମ୍ବର ୩ରେ ଗୋଟିଏ ଚିଠି ସରକାର ଆମକୁ ଦେଇଥିବା ପୋପୋଭା ସୂଚନା ଦେଇଛନ୍ତି।

Russia-Ukraine War Russia Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe