Advertisment

କ୍ରିକେଟର ଶ୍ରୀସନ୍ଥଙ୍କ ଅଡ଼ୁଆ ବଢ଼ିଲା, ରୁଜୁ ହେଲା ମାମଲା

ଶ୍ରୀସନ୍ଥ ଓ ତାଙ୍କର ଦୁଇ ସହଯୋଗୀ ରାଜୀବ କୁମାର ଏବଂ ଭେଙ୍କଟେଶ କିନିଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗର ପ୍ରାଥମିକ ଯାଞ୍ଚ କରି ପୁଲିସ୍ ବିଧିବଦ୍ଧ ଭାବେ ମାମଲା ରୁଜୁ କରିଛି।

S Sreesanth

S Sreesanth

Advertisment

ଫିକ୍ସିଂ ମାମଲାରେ ଫସି ପରେ ପଡ଼ିଆକୁ ଫେରିଥିବା କ୍ରିକେଟର ଏସ୍‌ ଶ୍ରୀସନ୍ଥଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ନାଁରେ ପୁଲିସ ରୁଜୁ କରିଛି ଠକେଇ ମାମଲା। କେରଳର ଜଣେ ବ୍ୟକ୍ତି ଶ୍ରୀସନ୍ଥ ଓ ତାଙ୍କର ଦୁଇ ସହଯୋଗୀ ରାଜୀବ କୁମାର ଏବଂ ଭେଙ୍କଟେଶ କିନିଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଥିଲେ। ଏହି ଅଭିଯୋଗର ପ୍ରାଥମିକ ଯାଞ୍ଚ କରି ପୁଲିସ୍ ବିଧିବଦ୍ଧ ଭାବେ ମାମଲା ରୁଜୁ କରିଛି।

Advertisment

ଚୋଣ୍ଡାରେ ରହୁଥିବା ଅଭିଯୋଗକାରୀ ସରୀଶ ଗୋପାଲନ କହିଛନ୍ତି ଯେ ରାଜୀବ କୁମାର ଓ ଭେଙ୍କଟେଶ ୨୦୧୯ ଏପ୍ରିଲ ୫ରୁ ବିଭିନ୍ନ ସମୟରେ ତାଙ୍କ ଠାରୁ ମୋଟ ୧୮.୭୦ ଲକ୍ଷ ଟଙ୍କା ନେଇଛନ୍ତି। କର୍ଣ୍ଣାଟକାର କୋଲ୍ଲୁର ଠାରେ ଗୋଟିଏ ସ୍ପୋର୍ଟସ ଏକାଡେମୀ ତିଆରି କରିବା ପାଇଁ ସେମାନେ ଗୋପାଲନଙ୍କ ଠାରୁ ଏପରି ଟଙ୍କା ନେଇଥିଲେ।

ଉକ୍ତ ସ୍ପୋର୍ଟସ ଏକାଡେମୀର ପାର୍ଟନର ଶ୍ରୀସନ୍ଥ ଥିବା ସେମାନେ ଗୋପାଲନଙ୍କୁ କହିଥିଲେ। ଶ୍ରୀସନ୍ଥଙ୍କ ସହ ପାର୍ଟନର ହୋଇ ଏକାଡେମୀ ଚଳାଇବା ଲକ୍ଷ୍ୟରେ ଗୋପାଲନ ଟଙ୍କା ଦେଇଥିଲେ। କିନ୍ତୁ ରାଜୀବ ଓ ଭେଙ୍କଟେଶ ଟଙ୍କା ନେଇ ଆଉ ଧରା ଛୁଆଁ ଦେଇ ନଥିଲେ।

Advertisment

ଶେଷରେ ଗୋପାଲନ ପୁଲିସ୍‌ରେ ଏନେଇ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରି ରାଜୀବ, ଭେଙ୍କଠେଶ ଓ ଶ୍ରୀସନ୍ଥଙ୍କ ବିରୋଧରେ ଧାରା ୪୨୦ ଅନୁଯାୟୀ ମାମଲା କରିଛି। ତେବେ ମାମଲାରେ ଶ୍ରୀସନ୍ଥଙ୍କୁ ତୃତୀୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।

ଏବେ ଶ୍ରୀସନ୍ଥ ଲିଜେଣ୍ଡ ଲିଗ୍‌ ଖେଳୁଛନ୍ତି। ଏସବୁ ଭିତରେ ତାଙ୍କ ନାଁରେ ଠକେଇ ମାମଲା ରୁଜୁ ହୋଇଛି।

Indian Cricket Team S Sreesanth Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe