ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୁଲିସ କର୍ମଚାରୀ। ୧୫ ହଜାର ଲାଞ୍ଚ ନେଲା ବେଳେ ସହିଦ ନଗର ଥାନା ASI ମମତା ବସ୍ତିଆଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଭିଜିଲାନ୍ସ ମମତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି।
ମମତା ଏକ ମାମଲାରେ ସହଯୋଗ କରିବା ପାଇଁ ଜଣେ ଏତଲାକାରୀଙ୍କ ଠାରୁ ଆଜି ଲାଞ୍ଚ ନେଇଥିଲେ। ଏନେଇ ଏତଲାକାରୀ ଜଣଙ୍କ ପୂର୍ବରୁ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ। ଭିଜିଲାନ୍ସ ପୂର୍ବ ଯୋଜନା ମୁତାବକ ଛକି ରହିଥିଲେ।
Also Read
ଆଜି ମମତା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପରେ ଭିଜିଲାନ୍ସ ମମତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ମମତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। ଏହା ସହ ମମତାକୁ ଭିଜିଲାନ୍ସ ଅଧିକାରୀମାନେ ମୁଖ୍ୟ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ମମତାଙ୍କ ନାଁରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଲରେନ୍ସ ବିଷ୍ଣୋଇ ଭାଇକୁ ଆମେରିକାରୁ ଆଣିବାକୁ ପ୍ରକ୍ରିୟା ଆରମ୍ଭ
ଆମେରିକାର ଅଧିକାରୀମାନେ ସେଠାରେ ଅନମୋଲ ବିଷ୍ଣୋଇର ଉପସ୍ଥିତି ନେଇ ଭାରତୀୟ ଅଧିକାରୀଙ୍କୁ ସ୍ପଷ୍ଟ କରିଛନ୍ତି। ଏହାପରେ କୁଖ୍ୟାତ ଅପରାଧୀକୁ ଭାରତ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛି ମୁମ୍ବାଇ ପୁଲିସ।
Crime
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କଲା, ମୃତଦେହକୁ ପଡ଼ିଆରେ ପୋତି ଦେଲା ସମ୍ପର୍କୀୟ ମାମୁ
ସମ୍ପର୍କୀୟ ମାମୁ ସହ ଝିଅଟି ଚକୋଲେଟ ପାଇଁ ଯାଇଥିଲା। ସେ ଆଉ ଘରକୁ ନ ଫେରିବାରୁ ପରିବାର ଲୋକ ତା’କୁ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରିଥିଲେ।
Crime
ଝୁଲନ୍ତା ଅବସ୍ଥାରେ ଜେଲ୍ ୱାର୍ଡରଙ୍କ ମୃତଦେହ ଉଦ୍ଧାର
ଝୁଲନ୍ତା ଅବସ୍ଥାରେ ମିଳିଲା ଜେଲ୍ ୱାର୍ଡରଙ୍କ ମୃତଦେହ। ଜେଲ୍ ନିକଟ ବାରାକରୁ ଉଦ୍ଧାର ହୋଇଛି ମୃତଦେହ।
Crime
ବଡ଼ ଭାଇ ପାଲଟିଲା ନର ରାକ୍ଷାସ; ସାନ ଭାଇକୁ ଗଛରେ ବାନ୍ଧି ନିର୍ଧୂମ ପିଟିଲା
ସାମନ୍ୟ କଥା ଯୋଗୁ ଜଣେ ବଡ଼ ଭାଇ କିଛି ଲୋକ ଲଗାଇ ନିଜ ସାନ ଭାଇକୁ ପୋଖରୀରେ ବୁଡ଼ାଇ ଗଛରେ ବାନ୍ଧି ନିର୍ଧୂମ ପିଟିଛନ୍ତି।