Advertisment

ଲାଞ୍ଚ ନେଉଥିଲେ ସହିଦ ନଗର ଥାନା ASI, ମାଡ଼ିବସିଲା ଭିଜିଲାନ୍ସ

ମମତା ଏକ ମାମଲାରେ ସହଯୋଗ ପାଇଁ ଏତଲାକାରୀଙ୍କ ଠାରୁ ଆଜି ଲାଞ୍ଚ ନେଉଥିଲେ।

ଅଦ୍ୟତନ ହୋଇଛି
ASI Mamata Bastia

ASI Mamata Bastia

Advertisment

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୁଲିସ କର୍ମଚାରୀ। ୧୫ ହଜାର ଲାଞ୍ଚ ନେଲା ବେଳେ ସହିଦ ନଗର ଥାନା ASI ମମତା ବସ୍ତିଆଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ଭିଜିଲାନ୍ସ ମମତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି।

Advertisment

ମମତା ଏକ ମାମଲାରେ ସହଯୋଗ କରିବା ପାଇଁ ଜଣେ ଏତଲାକାରୀଙ୍କ ଠାରୁ ଆଜି ଲାଞ୍ଚ ନେଇଥିଲେ। ଏନେଇ ଏତଲାକାରୀ ଜଣଙ୍କ ପୂର୍ବରୁ ଭିଜିଲାନ୍ସଙ୍କୁ ଅବଗତ କରାଇଥିଲେ। ଭିଜିଲାନ୍ସ ପୂର୍ବ ଯୋଜନା ମୁତାବକ ଛକି ରହିଥିଲେ।

ଆଜି ମମତା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ପରେ ଭିଜିଲାନ୍ସ ମମତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ମମତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି। ଏହା ସହ ମମତାକୁ ଭିଜିଲାନ୍ସ ଅଧିକାରୀମାନେ ମୁଖ୍ୟ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି। ପୂର୍ବରୁ ମଧ୍ୟ ମମତାଙ୍କ ନାଁରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା।

Advertisment
Odisha Police Vigilance Raid Odisha Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe