/odisha-reporter/media/post_attachments/uploads/2015/10/salepur.jpg)
salepur
ସାଲେପୁର: କଟକ ଜିଲ୍ଲା କିଶନନଗର ପୋଲିସ୍ ଅନ୍ତଃରାଜ୍ୟ ଗାଡ଼ି ଲୁଟେରା ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏମାନେ ହେଲେ କିଶନନଗର ଅଞ୍ଚଳର ସୁଶାନ୍ତ ନାୟକ, ବଡମ୍ୱାର ରଞ୍ଜନରଶ୍ମି ବେହେରା ଓ ଗୋବିନ୍ଦପୁରର ଜ୍ୟୋତିରଞ୍ଜନ ସ୍ୱାଇଁ। ସେମାନଙ୍କଠାରୁ ୫ଟି ମୋବାଇଲ୍, ଗୋଟିଏ ଲାପଟପ୍, ଡୁପ୍ଲିକେଟ୍ ନମ୍ୱର ତିଆରି କରାଯାଉଥିବା ୩୬ଟି ପଞ୍ଚଷ୍ଟିକ୍, ୧୦ଟି ଗାଡ଼ି ଚେଚିସ୍ ନମ୍ୱର ସହ ଦୁଇଟି ବୋଲେରୋ ଓ ଗୋଟିଏ ଇଣ୍ଡିଗୋ ଗାଡ଼ି ଜବତ କରାଯାଇଛି। ତେବେ ଏହି ଗ୍ୟାଙ୍ଗରେ ଆହୁରି ବହୁତ ଲୁଟେରା ଅଛନ୍ତି ଓ ଖୋର୍ଦ୍ଧା ଆରଟିଓର କିଛି କର୍ମଚାରୀ ସଂପୃକ୍ତ ଥିବା ଏକ ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି। ସେ କହିଛନ୍ତି ଯେ ପୂରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରାଯିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
