ସାଲେପୁର: ୩ ଅନ୍ତଃରାଜ୍ୟ ଗାଡ଼ି ଲୁଟେରା ଗିରଫ, ୨ଟି ବୋଲେରୋ ଓ ଗୋଟିଏ ଇଣ୍ଡିଗୋ ଜବତ

ସାଲେପୁର: କଟକ ଜିଲ୍ଲା କିଶନନଗର ପୋଲିସ୍ ଅନ୍ତଃରାଜ୍ୟ ଗାଡ଼ି ଲୁଟେରା ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏମାନେ ହେଲେ କିଶନନଗର ଅଞ୍ଚଳର ସୁଶାନ୍ତ ନାୟକ, ବଡମ୍ୱାର ରଞ୍ଜନରଶ୍ମି ବେହେରା ଓ ଗୋବିନ୍ଦପୁରର ଜ୍ୟୋତିରଞ୍ଜନ ସ୍ୱାଇଁ। ସେମାନଙ୍କଠାରୁ ୫ଟି ମୋବାଇଲ୍, ଗୋଟିଏ ଲାପଟପ୍, ଡୁପ୍ଲିକେଟ୍ ନମ୍ୱର ତିଆରି କରାଯାଉଥିବା ୩୬ଟି ପଞ୍ଚଷ୍ଟିକ୍, ୧୦ଟି ଗାଡ଼ି ଚେଚିସ୍ ନମ୍ୱର ସହ ଦୁଇଟି ବୋଲେରୋ ଓ ଗୋଟିଏ ଇଣ୍ଡିଗୋ ଗାଡ଼ି ଜବତ କରାଯାଇଛି। ତେବେ ଏହି […]

salepur

Rakesh Mallick
  • Published: Tuesday, 27 October 2015
  • , Updated: 27 October 2015, 05:13 PM IST

ସାଲେପୁର: କଟକ ଜିଲ୍ଲା କିଶନନଗର ପୋଲିସ୍ ଅନ୍ତଃରାଜ୍ୟ ଗାଡ଼ି ଲୁଟେରା ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏମାନେ ହେଲେ କିଶନନଗର ଅଞ୍ଚଳର ସୁଶାନ୍ତ ନାୟକ, ବଡମ୍ୱାର ରଞ୍ଜନରଶ୍ମି ବେହେରା ଓ ଗୋବିନ୍ଦପୁରର ଜ୍ୟୋତିରଞ୍ଜନ ସ୍ୱାଇଁ। ସେମାନଙ୍କଠାରୁ ୫ଟି ମୋବାଇଲ୍, ଗୋଟିଏ ଲାପଟପ୍, ଡୁପ୍ଲିକେଟ୍ ନମ୍ୱର ତିଆରି କରାଯାଉଥିବା ୩୬ଟି ପଞ୍ଚଷ୍ଟିକ୍, ୧୦ଟି ଗାଡ଼ି ଚେଚିସ୍ ନମ୍ୱର ସହ ଦୁଇଟି ବୋଲେରୋ ଓ ଗୋଟିଏ ଇଣ୍ଡିଗୋ ଗାଡ଼ି ଜବତ କରାଯାଇଛି। ତେବେ ଏହି ଗ୍ୟାଙ୍ଗରେ ଆହୁରି ବହୁତ ଲୁଟେରା ଅଛନ୍ତି ଓ ଖୋର୍ଦ୍ଧା ଆରଟିଓର କିଛି କର୍ମଚାରୀ ସଂପୃକ୍ତ ଥିବା ଏକ ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି। ସେ କହିଛନ୍ତି ଯେ ପୂରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରାଯିବ।

Related story