Advertisment

ସାଲେପୁର ଆନନ୍ଦ ଆତ୍ମା ଆଶ୍ରମରେ ଯୁବକ ହତ୍ୟା ଘଟଣା: ୨ ଦିନିଆ ପୋଲିସ ରିମାଣ୍ଡରେ ଅଭିଯୁକ୍ତ ରବି ପାତ୍ର

ସାଲେପୁର: ସାଲେପୁର ଆନନ୍ଦ ଆତ୍ମା ଆଶ୍ରମରେ ଯୁବକଙ୍କୁ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ରବି ପାତ୍ରକୁ ଆଜି ରିମାଣ୍ଡରେ ପୋଲିସ ନେଇଛି। ରବି ପାତ୍ରକୁ ତିନି ଦିନିଆ ରିମାଣ୍ଡରେ ନେବାକୁ ସାଲେପୁର ପୋଲିସ ପକ୍ଷରୁ ସାଲେପୁର ଜେଏମଏଫସିଙ୍କ କୋର୍ଟରେ ଆବେଦନ କରାଯାଇଥିଲା। ତେବେ କୋର୍ଟ ଦୁଇ ଦିନ ପାଇଁ ରିମାଣ୍ଡରେ ନେବା ଲାଗି ଅନୁମତି ଦେଇଛନ୍ତି। ପୋଲିସ ଅଶୋକ ପାତ୍ର ହତ୍ୟା ଘଟଣାରେ ଅଭିଯୁକ୍ତ ରବି ପାତ୍ରକୁ ଆଜିଠାରୁ ପଚରାଉଚୁରା କରିବ। କଟକ ଗ୍ରାମାଞ୍ଚଳ ଏସପି ଗୁରୁଦାସ […]

author-image
Rakesh Mallick
ଅଦ୍ୟତନ ହୋଇଛି
ସାଲେପୁର ଆନନ୍ଦ ଆତ୍ମା ଆଶ୍ରମରେ ଯୁବକ ହତ୍ୟା ଘଟଣା: ୨ ଦିନିଆ ପୋଲିସ ରିମାଣ୍ଡରେ ଅଭିଯୁକ୍ତ ରବି ପାତ୍ର

salepur

ସାଲେପୁର: ସାଲେପୁର ଆନନ୍ଦ ଆତ୍ମା ଆଶ୍ରମରେ ଯୁବକଙ୍କୁ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ରବି ପାତ୍ରକୁ ଆଜି ରିମାଣ୍ଡରେ ପୋଲିସ ନେଇଛି। ରବି ପାତ୍ରକୁ ତିନି ଦିନିଆ ରିମାଣ୍ଡରେ ନେବାକୁ ସାଲେପୁର ପୋଲିସ ପକ୍ଷରୁ ସାଲେପୁର ଜେଏମଏଫସିଙ୍କ କୋର୍ଟରେ ଆବେଦନ କରାଯାଇଥିଲା। ତେବେ କୋର୍ଟ ଦୁଇ ଦିନ ପାଇଁ ରିମାଣ୍ଡରେ ନେବା ଲାଗି ଅନୁମତି ଦେଇଛନ୍ତି। ପୋଲିସ ଅଶୋକ ପାତ୍ର ହତ୍ୟା ଘଟଣାରେ ଅଭିଯୁକ୍ତ ରବି ପାତ୍ରକୁ ଆଜିଠାରୁ ପଚରାଉଚୁରା କରିବ।

Advertisment

କଟକ ଗ୍ରାମାଞ୍ଚଳ ଏସପି ଗୁରୁଦାସ କୁଣ୍ଡୁଙ୍କ ସୂଚନା ଅନୁସାରେ ଅଶୋକ ପାତ୍ର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରମଣି ସାହୁ ସମେତ ମଦନ ସାହୁ, ପବନି ସାହୁ ଓ ରବି ପାତ୍ରକୁ ଗିରଫ କରାଯାଇଥିବା ବେଳେ ଏମାନେ ସମସ୍ତେ ଏବେ ସାଲେପୁର ସବ୍ ଜେଲରେ ଅଛନ୍ତି।