Advertisment

ସଲମାନ ଖାନଙ୍କ ଘରକୁ ଗୁଳିମାଡ଼ ମାମଲାର ଅଭିଯୁକ୍ତର ଆତ୍ମହତ୍ୟା; ହତ୍ୟା ଅଭିଯୋଗ ଆଣିଲେ ପରିବାର

ଗତକାଲି ଜଣେ ଅଭିଯୁକ୍ତ ଜେଲରେ ଆତ୍ମହତ୍ୟା କରିଥିବା ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Salman Khan

Salman Khan

ସଲମାନ ଖାନଙ୍କ ଘର ବାହାରେ ଗୁଳିକାଣ୍ଡ ଘଟଣାର ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଥିଲା। ଗତକାଲି ଜଣେ ଅଭିଯୁକ୍ତ ଜେଲରେ ଆତ୍ମହତ୍ୟା କରିଥିବା ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। କିନ୍ତୁ ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ସେ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରାଯାଇଥିବା ପିରବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ଏପରି ଅଭିଯୋଗ ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ଅପରାଧ ତଦନ୍ତକାରୀ ସଂସ୍ଥା(ସିଆଇଡି) କହିଛି। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଜେଲ୍ ନିକଟରେ ପାଞ୍ଚ ଜଣ ପୁଲିସ ଡ୍ୟୁଟିରେ ଥିଲେ, ସେଠାରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି। ସିସିଟିଭି ଫୁଟେଜ ଯାଞ୍ଚ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତରେ କାରଣ ସ୍ପଷ୍ଟ ହୋଇଯିବ। 

ପ୍ରକାଶ ଥାଉକି, ଏପ୍ରିଲ ୧୪ରେ ଦୁଇ ଜଣ ଯୁବକ ବାଇକରେ ଆସି ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ କରିଥିଲା। ଏହି ମାମଲରେ ଏପ୍ରିଲ ୧୬ରେ ପୁଲିସ ବିକ୍କି ଗୁପ୍ତା ଓ ସାଗର ପାଲଙ୍କୁ ଗୁଜରାଟ ଭୁଜରୁ ଗିରଫ କରିଥିଲା। ଗୁପ୍ତା ବାଇକ୍‌ ଚଳାଉଥିବା ବେଳେ ପାଲ ସଲମାନଙ୍କ ଘରକୁ ଉପରକୁ ଗୁଳିମାଡ କରିଥିବା ଅଧିକାରୀମାନେ କହିଥିଲେ।

Advertisment

ବାସ୍ତବରେ ମୃତ୍ୟୁ ଘଟିଥିବା ଅନୁଜ ଥାପନ ଏମାନଙ୍କୁ ବନ୍ଧୁକ ଯୋଗାଇଥିଲା। ପୁଲିସ ଅଭିଯୋଗ ଅନୁସାରେ, ଅନୁଜ ଥାପନ ବିକ୍କି ଓ ସାଗରକୁ ବନ୍ଧୁକ ଯୋଗାଇଥିଲା। ଥାପନଙ୍କୁ ପଚରାଉଚରା ପାଇଁ ମୁମ୍ବାଇ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ସ୍ଥିତ କ୍ରାଇମ ବ୍ରାଞ୍ଚ ଅଫିସ ଲକ୍‌ଅପ୍‌ରେ ରଖାଯାଇଥିଲା। କିନ୍ତୁ ଗତକାଲି ସେଠାରେ ସେ ଆତ୍ୟହତ୍ୟା କରିଥିଲା। କିନ୍ତୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।