Advertisment

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ସମାଜବାଦୀ ପାର୍ଟି ନେତା ଗିରଫ

ଚାକିରି କରାଇଦେବାକୁ କହି ନାବାଳିକାକ ଖୁଡ଼ି ନବାବ ସିଂହଙ୍କ ବାସଭବନକୁ ନେଇଥିଲେ।

Nabab Singh Yadav

Nabab Singh Yadav

Advertisment

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ଜଣେ ସମାଜବାଦୀ ପାର୍ଟି ନେତା ଗିରଫ ହୋଇଛନ୍ତି। ଉତ୍ତର ପ୍ରଦେଶ ପୁଲିସ ନବାବ ସିଂହ ଯାଦବଙ୍କୁ ଗିରଫ କରିଛି। ଜଣେ 15 ବର୍ଷର ଝିଅକୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। 

Advertisment

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ଦେଢ଼ଟା ସମୟରେ ଉତ୍ତର ପ୍ରଦେଶ ପୁଲିସ 112 ସହାୟତା ନଂରେ ଏକ କଲ୍ ପାଇଥିଲା। କଲରେ ଜଣେ ଝିଅ ତାଙ୍କୁ ଉଠାଇ ନେବା ସହ ଦୁର୍ବ୍ୟବହାର କରାଯାଉଥିବା କହିଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନବାବ ସିଂହ ଯାଦବଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲା।

ତୁରନ୍ତ ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହ ନବାବ ସିଂହଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ଏନେଇ କନୌଜ ଏସପି ଅମିତ କୁମାର ଆନନ୍ଦ ସୂଚନା ଦେଇଛନ୍ତି।

Advertisment

ଏସପିଙ୍କ କହିବା ଅନୁସାରେ, ପଚରାଉଚରା ବେଳେ ନାବାଳିକା କହିଛନ୍ତି ଯେ, ତାଙ୍କ ଖୁଡ଼ି ଚାକିରି କରାଇଦେବାକୁ କହି ତାଙ୍କୁ ନବାବ ସିଂହଙ୍କ ବାସଭବନକୁ ନେଇଥିଲେ। ନାବାଳିକାଙ୍କ ବୟାନ ଆଧାରରେ ନବାବ ସିଂହଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରି ଅଧିକ ତଦନ୍ତ କରାଯାଉଥିବା ଏସପି କହିଛନ୍ତି।

ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରି ଏହା ଷଡ଼ଯନ୍ତ୍ର ବୋଲି କହିଛନ୍ତି ନବାବ ସିଂହ। ନାବାଳିକାଙ୍କ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି। ନବାବ ସିଂହଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆସିବା ପରେ ପାର୍ଟି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ସମାଜବାଦୀ ପାର୍ଟି ସେ ଜଡ଼ିତ ନଥିବା ଦଳ କହିଛି। 

Samajwadi Party Rape Case UP Rape Case SP Leader Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe