Advertisment

ସମ୍ୱଲପୁରରେ ଏନ୍‌କାଉଣ୍ଟର; ଜାକବ ଆହତ, ୧୧ ଗିରଫ

ଆଜି ଡକୟତମାନେ କେନଘାଟି ନିକଟରେ ଡକାୟତି ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ଜାଣିପାରି ପୁଲିସ ଚଢ଼ଉ କରିଥିଲେ। ଡକାୟତମାନେ ପୁଲିସ୍‌ ଉପରକୁ ଫାୟାରିଂ କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Sambalpur

Sambalpur

ଦୀର୍ଘ ଦିନ ପରେ ସମ୍ବଲପୁର ଟାଉନ୍‌ରେ ପୁଲିସର ଏନ୍‌କାଉଣ୍ଟର ହୋଇଛି। ଏନ୍‌କାଉଣ୍ଟରରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଜାକବ ଗୁରୁତର ଆହତ ହୋଇଛି। ତାକୁ ବୁର୍ଲା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଜାକବ ମଦ ଦୋକାନ ଚୋରି ଅଭିଯୋଗରେ ସମ୍ପୃକ୍ତ ଥିଲା। ତା’ ଛଡ଼ା ଅନ୍ୟ ୧୧ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି। ସମ୍ୱଲପୁର ଏସ୍‌ପି ଏନେଇ ସୂଚନା ଦେଇଛନ୍ତି।

Advertisment

ଶୁକ୍ରବାର ବିଳମ୍ବିତ ରାତିରେ ସଦର ଥାନା ଅଞ୍ଚଳରେ ଏକ ମଦ ଦୋକାନରେ ଡକାୟତି ହୋଇଥିଲା। ଏହି ୧୦ରୁ ୧୨ ଜଣଙ୍କ ସମ୍ପୃକ୍ତି ଥିଲା। ଏ ନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଉଥିଲା। ଆଜି ଡକୟତମାନେ କେନଘାଟି ନିକଟରେ ଡକାୟତି ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ଜାଣିପାରି ପୁଲିସ ଚଢ଼ଉ କରିଥିଲେ। ଡକାୟତମାନେ ପୁଲିସ୍‌ ଉପରକୁ ଫାୟାରିଂ କରିଥିଲେ। ପୁଲିସ୍‌ ଏହାର ଜବାବ ଦେଇଥିଲା। କ୍ରସ୍‌ ଫାୟାରିଂରେ ଜାକବ ଆହତ ହୋଇଥିଲା। ତା’ ଗୋଡ଼ରେ ବାଜିଥିଲା ଗୁଳି। 

ଗିରଫ ଅଭିଯୁକ୍ତଙ୍କଠାରୁ ପୁଲିସ୍‌ ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା, ୨ଟି ବନ୍ଧୁ, ୨ଟି ଭୁଜାଲି, ୪ଟି ବଡ଼ ଛୁରୀ ଓ ୨ଟି ଲୁହା ରଡ୍‌ ଜବତ କରିଛି। ଆହତ ହୋଇଥିବା ଦୁର୍ଦ୍ଦାନ୍ତ ଜାକବ ନାଁରେ କୋରାପୁଟ୍‌ ଜିଲ୍ଲାର ବିଭିନ୍ନ ଥାନାରେ ୧୦ରୁ ୧୨ଟି ମାମଲା ରହିଛି। ଅନ୍ୟ ଅଭିଯୁକ୍ତଙ୍କ ରେକର୍ଡ ଯାଞ୍ଚ କରାଯାଉଛି ବୋଲି ପୁଲିସ୍‌ କହିଛି।

Advertisment

ଏସ୍‌ପିଙ୍କ କହିବା ଅନୁସାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଭିତରୁ ୧୦ ଜଣ କୋରାପୁଟ ଓ ରାୟଗଡ଼ା ଅଞ୍ଚଳ। ଅନ୍ୟ ଦୁଇ ଜଣ ଆନ୍ଧ୍ରପ୍ରଦେଶର। ଏମାନେ ଟ୍ରେନ୍‌ରେ ଏଠାକୁ ଆସିଥିଲେ। ଲୁଟ୍‌ ପୂର୍ବରୁ ଟାଉନ୍‌ର ବିଭିନ୍ନ ଅଞ୍ଚଳରେ ଘୂରି ବୁଲିବେ। ସ୍ଥାନ ଠିକ୍‌ ହେବା ପରେ ଲୁଟ୍‌ ପାଇଁ ନକ୍ସା ତିଆରି କରୁଥିଲେ। ତା’ପରେ ରାତି ହେଲେ ଲୁଟ୍‌ କରିବାକୁ ଯାଉଥିଲେ ବୋଲି ଏସ୍‌ପି କହିଛନ୍ତି।

ରିପୋର୍ଟ- ସମ୍ୱଲପୁରରୁ ସଞ୍ଜୟ ଜେନା

Sambalpur