Advertisment

ଜେଲ୍‌ରୁ ଚମ୍ପଟ ମାରିଥିଲା, ଷ୍ଟେସନ୍‌ରେ ମାଡ଼ିବସିଲା ପୁଲିସ୍‌

ରାତିରେ ଜେଲ୍‌ର ଧନୁପାଲି ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ହେଲେ ତା’ର ପତ୍ତା ପାଇନଥିଲା ପୁଲିସ୍‌। ସେପଟେ ଜେଲ୍‌ରୁ ଚମ୍ପଟ ମାରିବା ପରେ ସଞ୍ଜିବ ନିଜ ଘରକୁ ଯାଇଥିଲା।

Sambalpur

Sambalpur

Advertisment

ପୋକ୍ସୋ ଆକ୍ଟରେ ଗିରଫ ହୋଇଥିଲା। ଜେଲ୍‌ରେ ସେ ରନ୍ଧାବଢ଼ା କାମ କରୁଥିବା ବେଳେ ଚମ୍ପଟ ମାରିଥିଲା। ବୁଧବାର ସେ ରାଜ୍ୟ ବାହାରକୁ ଯିବା ପାଇଁ ଷ୍ଟେସନ୍‌ରେ ବସିଥିବା ବେଳେ ମାଡ଼ିବସିଲା ସମ୍ୱଲପୁର ପୁଲିସ୍‌।

Advertisment

ପୋକ୍ସୋ ଆକ୍ଟରେ ଗିରଫ ହୋଇ ସମ୍ୱଲପୁର ସର୍କଲ୍‌ ଜେଲ୍‌ରେ ବନ୍ଦୀ ଜୀବନ କାଟୁଥିଲା ସଞ୍ଜିବ କିଶାନ୍‌। ସେ ରୋଷେଇରେ ସହଯୋଗ କରୁଥିଲା। ବେଳେବେଳେ ଖାଇବାକୁ ମଧ୍ୟ ଦେଉଥିଲା। ତେବେ ଗତ ୩୦ ତାରିଖ ରାତିରେ ଅନ୍ୟ କଏଦୀମାନେ ପଳାଇ ଯିବା ପରେ ସଞ୍ଜିବ ଦେବାନେବାରେ ସହଯୋଗ କରୁଥିଲା। ଏହାର ସୁଯୋଗ ନେଇ ସେ ପରିଶ୍ରା ବାହାନା କରି ଟଏଲେଟ୍‌ ଯାଇଥିଲା। ସେଠାରେ ସେ ପାଚେରୀ ଡେଇଁ ଚମ୍ପଟ ମାରିଥିଲା। ଏ ସମ୍ପର୍କରେ ଜଣାପଡ଼ିବା ପରେ ଜେଲ୍‌ରେ ହଇଚଇ ସୃଷ୍ଟି ହୋଇଥିଲା।

ସେହି ରାତିରେ ଜେଲ୍‌ର ଧନୁପାଲି ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ହେଲେ ତା’ର ପତ୍ତା ପାଇନଥିଲା ପୁଲିସ୍‌। ସେପଟେ ଜେଲ୍‌ରୁ ଚମ୍ପଟ ମାରିବା ପରେ ସଞ୍ଜିବ ନିଜ ଘରକୁ ଯାଇଥିଲା। ସେଠାରୁ ରାଜ୍ୟ ବାହାରକୁ ପଳାଇ ଯାଇଥିଲା। ହେଲେ ଚଳିବ କେମିତି? ତେଣୁ ସେ ଟଙ୍କା ନେବାକୁ ଘରକୁ ଆସିଥିଲା। ଘରୁ ଟଙ୍କା ଧରି ରାଜ୍ୟ ବାହାରକୁ ଯିବା ପାଇଁ ସମ୍ୱଲପୁର ସିଟି ଷ୍ଟେସନ୍‌ରେ ଟ୍ରେନ୍‌କୁ ଅପେକ୍ଷା କରିଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ୍‌ ଅଚାନକ ଷ୍ଟେସନ୍‌ରେ ଚଢ଼ଉ କରି ସଞ୍ଜିବକୁ ଗିରଫ କରିଥିଲା।

Advertisment
Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe