Advertisment

ଜମି ମାଲିକଙ୍କ ଅଜାଣତରେ ବିକି ଦେଇଥିଲେ ଜମି; ଦୁଇ ଜଣଙ୍କୁ ବାନ୍ଧିଲା ପୁଲିସ୍‌

ଜମି ଜାଲିଆତିର ମାଷ୍ଟର ମାଇଁଣ୍ଡ ହେଉଛନ୍ତି ସୁଧିର ବେହେରା। ସେ ଚାରମାଳ ଥାନା ମୁଗପାଲ ଗାଁର ଦିଗାମ୍ବର ମିର୍ଦ୍ଧାଙ୍କୁ ଜମି ମାଲିକ(ପ୍ରଫୁଲ୍ଲ ରଣା) ଦର୍ଶାଇଥିଲେ। ଆଉ ତାଙ୍କ ନାଁରେ ନକଲି କାଗଜପତ୍ର ଯଥା ଭୋଟର୍ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍ ପ୍ରମୁଖ ତିଆରି କରିଥିଲେ।

Crime

Crime

Advertisment

ଜମି ମାଲିକଙ୍କ ଅଜାଣତରେ ନକଲି କାଗଜପତ୍ର କରି ବିକିଦେଲେ ଜମି। ବର୍ଷେ ପରେ ଏହି ମାମଲାର ପର୍ଦ୍ଦାଫାସ କରିଛି ପୁଲିସ୍‌। ଆଜି ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୧୦ ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ପୁଲିସ୍‌।

Advertisment

୨୦୨୩ ମସିହାର ଘଟଣା। ଯୁଯୁମୁରା ଥାନା ଅନ୍ଧାରୀ ଗାଁର ପ୍ରଫୁଲ୍ଲ ରଣାଙ୍କ ଅଜାଣତରେ ତାଙ୍କର ୪‌ ଏକର ୫୦ ଡିସିମିଲ୍‌ ଚାଷ ଜମି ବିକ୍ରି ହୋଇଯାଇଥିଲା। ଏ ସମ୍ପର୍କରେ ଜାଣିପାରି ପ୍ରଫୁଲ୍ଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍ ମାମଲା ରୁଜୁ ଘଟଣାର ତଦନ୍ତ ପାଇଁ ଏକ ଟିମ୍‌ ଗଠନ କରିଥିଲା। ତଦନ୍ତ ବେଳେ ଜମି ମାଫିଆ ସମ୍ବଲପୁର ନକ୍ସାପାଲିର ସୁଧିର ବେହେରାଙ୍କ ସମ୍ପର୍କରେ ସୂଚନା ପାଇଥିଲା ପୁଲିସ୍‌। ଏହା ପରେ ପୁଲିସ୍‌ ସୁଧିରକୁ ଉଠାଇ ଆଣି ପଚରାଉଚରା କରିଥିଲା। ପଚରାଉଚରା ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା।

ଜମି ଜାଲିଆତିର ମାଷ୍ଟର ମାଇଁଣ୍ଡ ହେଉଛନ୍ତି ସୁଧିର ବେହେରା। ସେ ଚାରମାଳ ଥାନା ମୁଗପାଲ ଗାଁର ଦିଗାମ୍ବର ମିର୍ଦ୍ଧାଙ୍କୁ ଜମି ମାଲିକ(ପ୍ରଫୁଲ୍ଲ ରଣା) ଦର୍ଶାଇଥିଲେ। ଆଉ ତାଙ୍କ ନାଁରେ ନକଲି କାଗଜପତ୍ର ଯଥା ଭୋଟର୍ କାର୍ଡ, ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍ ପ୍ରମୁଖ ତିଆରି କରିଥିଲେ। ତା’ପରେ ସମ୍ବଲପୁର ରେଜିଷ୍ଟ୍ରେସନ ଅଫିସରେ ପ୍ରଫୁଲ୍ଲଙ୍କ ସ୍ଥାନରେ ନକଲି ଜମି ମାଲିକ ଦିଗାମ୍ୱର ମିର୍ଦ୍ଧାଙ୍କୁ ଛିଡ଼ା କରି ମୁଦିପଢାର ଜଗଦୀଶ ପଣ୍ଡାଙ୍କୁ ଜମି ବିକ୍ରି କରିଦେଇଥିଲେ। ଜଗଦୀଶ ପଣ୍ଡା ଜମି ପାଖକୁ ଗଲା ବେଳେ ପ୍ରକୃତ ଜମି ମାଲିକ ବିରୋଧ କରିଥିଲେ। ଆଉ ବିବାଦ ଥାନାକୁ ଯାଇଥିଲା।

Advertisment

ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ ମେହେରଙ୍କ କହିବା ଅନୁସାରେ ଏହି ମାମଲାରେ ସୁଧିର ବେହେରା ଓ ଦିଗାମ୍ବର ମିର୍ଦ୍ଧାଙ୍କୁ ଗିରଫ କରାଯାଇଛି। ଏଥିସହ ବ୍ୟାଙ୍କରେ ଥିବା ୧୦ ଲକ୍ଷ ଟଙ୍କାକୁ ଫ୍ରିଜ୍‌ କରିବା ସହିତ ସୁନା ଓ ବୁଲେଟ୍‌ ଜବତ କରାଯାଇଛି। ମାମଲାରେ ସମ୍ପୃକ୍ତ ରେଜିଷ୍ଟ୍ରି ଅଫିସର କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ରେଢ଼ାଖୋଲ ଏସଡିପିଓ କହିଛନ୍ତି।

ରିପୋର୍ଟ- ରେଢାଖୋଲରୁ ରମାକାନ୍ତ ମହାନନ୍ଦ

Sambalpur Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe