Advertisment

ବନ୍ଧୁକ ଧରି ଗାଁରେ ବୁଲୁଥିଲେ ଦୁଇ ଯୁବକ

ଶନିବାର ଅପରାହ୍ନରେ ବଡବାହଲର ଫକିର ଛତ୍ରିଆ ଓ କିଶୋର କିସାନ ଦେଶୀ ବନ୍ଧୁକ ଧରି ବୁଲୁଥିଲେ। ସେହି ସମୟରେ ପାଟ୍ରୋଲିଂ କରୁଥିବା ଜମନକିରା ଥାନା ପୁଲିସ୍‌ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ।

author-image
Manoranjan Sial
Crime

Crime

ବନ୍ଧୁକ ଧରି ଗାଁରେ ବୁଲୁଥିଲେ ଦୁଇ ଜଣ ଯୁବକ। ଏହା ଦେଖି ସ୍ଥାନୀୟ ଲୋକଙ୍କ ଭିତରେ ଭୟର ବାତାବରଣ ଖେଳିଯାଇଥିଲା। ଲୋକେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡପାଲି ଫାଣ୍ଡି ଚଢ଼ଉ କରି ଦୁଇ ଯୁବକଙ୍କୁ ଗିରଫ କରିଛି। ଏଥିସହ ୨ଟି ବନ୍ଧୁକ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ଶନିବାର ଅପରାହ୍ନରେ ବଡବାହଲର ଫକିର ଛତ୍ରିଆ ଓ କିଶୋର କିସାନ ଦେଶୀ ବନ୍ଧୁକ ଧରି ବୁଲୁଥିଲେ। ସେହି ସମୟରେ ପାଟ୍ରୋଲିଂ କରୁଥିବା ଜମନକିରା ଥାନା ପୁଲିସ୍‌ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ। ତା’ପରେ ପୁଲିସ୍‌ ଚଢ଼ଉ କରି ସେମାନଙ୍କୁ ଧରିଥିଲା। ସେମାନଙ୍କଠାରୁ ୨ଟି ବନ୍ଧୁକ, ଛୁରୀ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଛି। ତେବେ ସେମାନେ କାହିଁକି ବନ୍ଧୁକ ଧରି ବୁଲୁଥିଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ୍‌ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଏନେଇ ସୂଚନା ଦେଇଛନ୍ତି କୁଚିଣ୍ଡା ଏସ୍‌ଡିପିଓ ଅମିତାଭ ପଣ୍ଡା।

ରିପୋର୍ଟ- କୁଚିଣ୍ଡାରୁ ଦେବେନ୍ଦ୍ର ବେହେରା

Sambalpur Crime