Advertisment

ଚିତା ଚୈତନ ଲଗାଇ ମଠରେ ସେବା କରୁଥିଲେ ଅଭିଯୁକ୍ତ!

ମଠ ସହ ଯୋଡ଼ି ହେବା ପରେ ଅଜିତ ଆଧ୍ୟାତ୍ମିତକ ମାର୍ଗକୁ ଗଲା ପରି ଭାବୁଥିବେ। ହେଲେ ପ୍ରକୃତରେ ସେ ସେମିତି ନଥିଲେ। ମଠରେ ଚିତା ଚୈତନ ମାରି ମାଳି ସିନା ଗଡାଉଥିଲେ, ହେଲେ ସେ ପୂର୍ବତନ ପ୍ରେମିକାଙ୍କୁ ଭୁଲି ପାରୁନଥିଲେ। ବେଳେ ବେଳେ ତାଙ୍କୁ ସ୍ମରଣ କରୁଥିଲେ।

Sambalpur

Sambalpur

Advertisment

ବିବାହ ପ୍ରତିଶ୍ରୁତି ଦେଇ ବିଧବାଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ! ପରବର୍ତ୍ତୀ ସମୟରେ ନିଜକୁ ବିଧବାଙ୍କଠାରୁ ଦୂରେଇ ଯାଇ ଶ୍ରୀକ୍ଷେତ୍ର ପଳାଇ ଆସିଥିଲେ। ଆଉ ଚିତା ଚୈତନ ଲଗାଇ ମଠରେ ସେବା କରୁଥିଲେ ଅଭିଯୁକ୍ତ! ମଠରେ ସେବା କରୁଥିବା ବେଳେ ଜାଣତରେ ହେଉ ବା ଅଜଣାତରେ ପୂର୍ବରୁ ନିଜ ମୋବାଇଲ୍‌ରେ ରଖିଥିବା ନିଜ ପ୍ରେମିକାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍‌ କରିଦେଇଥିଲେ। ଏବେ ପୁଲିସ୍‌ ପଞ୍ଝାରେ।

Advertisment

ସମ୍ୱଲପୁର ଜିଲ୍ଲା ଚାରମାଳ ଥାନା ରାଶିବେଡା ଗାଁର ଅଜିତ ପ୍ରଧାନ ପେସାରେ ଜଣେ ବସ୍‌ କଣ୍ଡକ୍ଟର। ବିବାହିତ ଓ ଦୁଇ ପିଲାଙ୍କ ବାପା। ହେଲେ ସେ ଭାରି ରଙ୍ଗୀଲା ଥିଲେ। ପରିବାର ଥାଉଁ ଥାଉଁ ପ୍ରାୟ ଦେଢ ବର୍ଷ ତଳେ ସେ ରେଢ଼ାଖୋଳ ଅଞ୍ଚଳର ଜଣେ ବିଧବାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଶୁଣିବାକୁ ମିଳୁଛି ବିବାହର ପ୍ରତିଶ୍ରୁତି ଦେଇ ଅଜିତ ତାଙ୍କ ସହିତ କୁଆଡେ ଶାରୀରିକ ସମ୍ପର୍କ ରଖିଥିଲେ। ଆଉ ଆନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ରେକଡିଂ କରି ନିଜ ମୋବାଇଲ୍‌ରେ ସାଇତି ରଖିଥିଲେ।

ପରବର୍ତ୍ତୀ ସମୟରେ ଅଜିତ ନିଜ ପାରିବାରିକ ବିବାଦରେ ଫସି ଯାଇଥିଲେ। ଆଉ ସେଥିରୁ ମୁକୁଳିବା ପାଇଁ ସେ ଗାଁ ଛାଡ଼ିଥିଲେ। ସେ ପୂରା ପରିବାର ଧରି ଶ୍ରୀକ୍ଷେତ୍ର ପୁରୀ ପଳାଇ ଆସିଥିଲେ। ନରେନ୍ଦ୍ର ପୋଖରୀ ଅଞ୍ଚଳରେ ସେ ଏକ ଦୋକାନ କରିଥିଲେ। ଏଥିସହ ଏକ ମଠ ସହିତ ଯୋଡି ଯାଇଥିଲେ। ମଠରେ ସେ ଫୁଲ ମାଳ ଗୁନ୍ଥିବା କାର୍ଯ୍ୟ କରୁଛନ୍ତି। ଚିନା ଚୈତନ୍ୟ ଲଗାଇ ମଠରେ ସେବା କରୁଥିଲେ।

Advertisment

ମଠ ସହ ଯୋଡ଼ି ହେବା ପରେ ଅଜିତ ଆଧ୍ୟାତ୍ମିତକ ମାର୍ଗକୁ ଗଲା ପରି ଭାବୁଥିବେ। ହେଲେ ପ୍ରକୃତରେ ସେ ସେମିତି ନଥିଲେ। ମଠରେ ଚିତା ଚୈତନ ମାରି ମାଳି ସିନା ଗଡାଉଥିଲେ, ହେଲେ ସେ ପୂର୍ବତନ ପ୍ରେମିକାଙ୍କୁ ଭୁଲି ପାରୁନଥିଲେ। ବେଳେ ବେଳେ ତାଙ୍କୁ ସ୍ମରଣ କରୁଥିଲେ। ଆଉ ସମୟ ପାଇଲେ ନିଜ ମୋବାଇଲରେ ସାଇତି ରଖିଥିବା ପୁରୁଣା ସ୍ମୃତି(ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ)କୁ ଦେଖୁଥିଲେ। ତାହାରି ଭିତରେ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ଭାଇରାଲ୍‌ କରିଦେଇଥିଲେ। ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍‌ ହେବା ପରେ ୮ ଦିନ ତଳେ ପୀଡ଼ିତା ଏନେଇ ରେଢାଖୋଲ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ଭାଇରାଲ୍‌ ହେଉଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ଯାଞ୍ଚ କଲା ବେଳେ ଅଜିତଙ୍କ ଲିଙ୍କ ପାଇଥିଲା ପୁଲିସ୍‌। ତାଙ୍କୁ ଖୋଜି ଖୋଜି ପୁରୀରେ ଏକ ମଠରେ ପହଞ୍ଚିଥିଲା ପୁଲିସ୍‌। ଆଜି ପୁଲିସ୍‌ ତାଙ୍କୁ ଗରଫ କରି କୋର୍ଟ ଚାଲାଣ କରିଛି।

ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଜିତ କହିଛନ୍ତି। ସେ କହିଛନ୍ତି, ମୋତେ ଫସାଇ ଦେବା ପାଇଁ ଉଦ୍ୟମ କରାଯାଇଛି।

ରିପୋର୍ଟ- ରେଢାଖୋଲରୁ ରମାକାନ୍ତ ମହାନନ୍ଦ

Sambalpur Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe