ସମ୍ୱଲପୁର: ସମ୍ୱଲପୁର ଠେଲକୋଲିରେ ଥିବା ଏସବିଆଇ ଶାଖାର ଏକ ଗାଡି ଲୁଟ ଉଦ୍ୟମ ବିଫଳ ହୋଇଛି। ୩ ରାଉଣ୍ଡ ଗୁଳି ଚଳାଇ ଦୁର୍ବୃତ୍ତମାନେ ଲୁଟ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଘଟଣାରେ ଉଦୟ କୁମାର ରାଉଳ ନାମକ ଜଣେ ସୁରକ୍ଷା କର୍ମୀଙ୍କ ଅଣ୍ଟା ଓ କାନ୍ଧରେ ୨ଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଟିଏ ଗୁଳି ବାହାରି ଯାଇଥିବା ବେଳେ ଅନ୍ୟ ଗୁଳିଟିକୁ ବାହାର କରିବାକୁ ଡାକ୍ତରମାନେ ଚେଷ୍ଟା ଚଳାଇଛନ୍ତି। ଏହାଛଡା ଘଟଣା ସ୍ଥଳରୁ ଏକ ଅଫୁଟା ଗୁଳି ଜବତ କରାଯାଇଥିବା ସଦର ଏସଡିପିଓ ଉତ୍କଳ କେଶରୀ ଦାଶ କହିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡା ବ୍ରାଞ୍ଚରୁ ଏକ କାରରେ ୮ ଲକ୍ଷ ଟଙ୍କ। ଭର୍ତ୍ତି କରି ବ୍ୟାଙ୍କର କ୍ୟାସିୟର, ଡ୍ରାଇଭର ଓ ସୁରକ୍ଷା କର୍ମୀ ଆସୁଥିବା ବେଳେ ଠେଲକୁଲି ଏସବିଆଇ ଶାଖା ଆଗରେ ଏକ ବାଇକରେ ୨ ଜଣ ଦୁର୍ବୃତ୍ତ ଅତର୍କିତ ଗୁଳି ଚଳାଇ ଲୁଟ ଉଦ୍ୟମ କରିଥିଲେ। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ, ୩ ଗୁରୁତର
ଅଳିଆ ପକାଇବାକୁ ନେଇ ଦୁଇ ଗାଁ ଲୋକ ହାତାହାତି ହେବା ସହ ଟେକା ପଥର ମାଡ ହୋଇଥିଲା।
Crime
ଭାଣିଜୀ ପ୍ରେମ ବିବାହ କଲା ବୋଲି ଭୋଜିରେ ବିଷ ମିଶାଇଦେଲା ମାମୁ
ଉପସ୍ଥିତ ଲୋକେ ଅଭିଯୁକ୍ତ ମାମୁକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେ ଖସି ପଳାଇଛି।
Crime
ବ୍ରାଉନ୍ସୁଗର ପାଇଁ ମର୍ଡର! ମହିଳା ମାଷ୍ଟରମାଇଣ୍ଡ ସମେତ ୩ ଗିରଫ
ଜେଲ୍ରୁ ବାହାରିବା ପରେ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ। ତାଙ୍କ ଜେଲ୍ ଯିବା ପଛରେ ସହଦେବ ନାୟକଙ୍କ ହାତ ଥିବା ସେ ସନ୍ଦେହ କରୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ଯୋଜନା କରିଥିଲେ।
Crime
୧୭ ବର୍ଷ ପୂର୍ବେ ହୋଇଥିଲା 'ହତ୍ୟା'; ଏବେ ଜୀବନ୍ତ ଧରିଲା ପୁଲିସ
ଏହି ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ ମଧ୍ୟ କରାଗଲା। ସେମାନେ ହତ୍ୟା ଅଭିଯୁକ୍ତ ଭାବରେ ଜେଲରେ ସଜ୍ଜା କାଟିଲେ। ଏବେ ବିହାରର ସେହି ବ୍ୟକ୍ତିଙ୍କୁ ଝାନସୀରୁ ଜୀବନ୍ତ ଧରିଲା ପୁଲିସ।
Crime
ସରୋଜଙ୍କ ପରେ ହଂସିକାଙ୍କ ଆଉ ଜଣେ ସ୍ୱାମୀଙ୍କ ଘରେ IT
ମନୋଜଙ୍କ ଘରୁ ମିଳିଥିବା ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଧରି ବାଲିଗୁଡା ଷ୍ଟେଟ ବ୍ୟାଙ୍କ ଯାଇଥିଲେ ଆୟକର ବିଭାଗ ଟିମ୍। ସେଠାରେ ମଧ୍ୟ ତନାଘନା କରିଥିଲେ। ଗୋଟିଏ ଟିମ୍ ମନୋଜଙ୍କ ଘରେ ଖାନତଲାସୀ କରୁଥିବା ବେଳେ ଆଉ ଗୋଟିଏ ଟିମ୍ ବ୍ୟାଙ୍କରେ ଖୋଳତାଡ଼ କରିଥିଲା।