Advertisment

ସମ୍ୱଲପୁର: ଏସବିଆଇ ଗାଡିରୁ ଲୁଟ ଉଦ୍ୟମ ବିଫଳ, ଜଣେ ସୁରକ୍ଷାକର୍ମୀ ଗୁରୁତର

ସମ୍ୱଲପୁର: ସମ୍ୱଲପୁର ଠେଲକୋଲିରେ ଥିବା ଏସବିଆଇ ଶାଖାର ଏକ ଗାଡି ଲୁଟ ଉଦ୍ୟମ ବିଫଳ ହୋଇଛି। ୩ ରାଉଣ୍ଡ ଗୁଳି ଚଳାଇ ଦୁର୍ବୃତ୍ତମାନେ ଲୁଟ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଘଟଣାରେ ଉଦୟ କୁମାର ରାଉଳ ନାମକ ଜଣେ ସୁରକ୍ଷା କର୍ମୀଙ୍କ ଅଣ୍ଟା ଓ କାନ୍ଧରେ ୨ଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଟିଏ ଗୁଳି ବାହାରି ଯାଇଥିବା ବେଳେ ଅନ୍ୟ ଗୁଳିଟିକୁ ବାହାର କରିବାକୁ ଡାକ୍ତରମାନେ […]

ଅଦ୍ୟତନ ହୋଇଛି
ସମ୍ୱଲପୁର: ଏସବିଆଇ ଗାଡିରୁ ଲୁଟ ଉଦ୍ୟମ ବିଫଳ, ଜଣେ ସୁରକ୍ଷାକର୍ମୀ ଗୁରୁତର

sambalpur fareing

Advertisment

sambalpur fareingସମ୍ୱଲପୁର: ସମ୍ୱଲପୁର ଠେଲକୋଲିରେ ଥିବା ଏସବିଆଇ ଶାଖାର ଏକ ଗାଡି ଲୁଟ ଉଦ୍ୟମ ବିଫଳ ହୋଇଛି। ୩ ରାଉଣ୍ଡ ଗୁଳି ଚଳାଇ ଦୁର୍ବୃତ୍ତମାନେ ଲୁଟ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଘଟଣାରେ ଉଦୟ କୁମାର ରାଉଳ ନାମକ ଜଣେ ସୁରକ୍ଷା କର୍ମୀଙ୍କ ଅଣ୍ଟା ଓ କାନ୍ଧରେ ୨ଟି ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୋଟିଏ ଗୁଳି ବାହାରି ଯାଇଥିବା ବେଳେ ଅନ୍ୟ ଗୁଳିଟିକୁ ବାହାର କରିବାକୁ ଡାକ୍ତରମାନେ ଚେଷ୍ଟା ଚଳାଇଛନ୍ତି। ଏହାଛଡା ଘଟଣା ସ୍ଥଳରୁ ଏକ ଅଫୁଟା ଗୁଳି ଜବତ କରାଯାଇଥିବା ସଦର ଏସଡିପିଓ ଉତ୍କଳ କେଶରୀ ଦାଶ କହିଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡା ବ୍ରାଞ୍ଚରୁ ଏକ କାରରେ ୮ ଲକ୍ଷ ଟଙ୍କ। ଭର୍ତ୍ତି କରି ବ୍ୟାଙ୍କର କ୍ୟାସିୟର, ଡ୍ରାଇଭର ଓ ସୁରକ୍ଷା କର୍ମୀ ଆସୁଥିବା ବେଳେ ଠେଲକୁଲି ଏସବିଆଇ ଶାଖା ଆଗରେ ଏକ ବାଇକରେ ୨ ଜଣ ଦୁର୍ବୃତ୍ତ ଅତର୍କିତ ଗୁଳି ଚଳାଇ ଲୁଟ ଉଦ୍ୟମ କରିଥିଲେ। ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe