/odisha-reporter/media/post_attachments/uploads/2016/03/samlpur.jpg)
samlpur
ସମ୍ବଲପୁର: ସମ୍ବଲପୁର ଲକ୍ଷ୍ମୀ ଟକିଜ୍ ଅଞ୍ଚଳରୁ ରାସ୍ତାକଡ଼ରୁ ପାଞ୍ଚ ଟଙ୍କିଆ କଏନ୍ ଗୋଟାଇବାକୁ ନେଇ ଜଣେ ନାବାଳିକାକୁ ଯୁବକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ସୋମବାର ନାବାଳିକା ଜଣଙ୍କ ରାସ୍ତାରେ ଯାଉଥିବା ସମୟରେ ଏକ ପାଞ୍ଚ ଟଙ୍କିଆ କଏନ୍ ଗୋଟାଇଥିଲେ। ଏହାକୁ ନେଇ ଫୁଟପାଥ୍ ଦୋକାନୀ ଏବଂ ନାବାଳିକାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଦୋକାନୀ ନାବାଳିକାଙ୍କୁ ମାଡ଼ମାରିଥିବା ଅଭିଯୋଗ ହୋଇଛି। ଆହତ ନାବାଳିକାଙ୍କୁ ଚିକିତ୍ସା ପାଇଁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ଡାହାଣପଟ କାନ ଫାଟିଯିବା ସହ ମୁହଁର କିଛି ସ୍ଥାନରେ କ୍ଷତ ଚିହ୍ନ ରହିଛି। ଏନେଇ ସମ୍ବଲପୁର ଟାଉନ ଥାନାରେ ଏକ ମାମଲା ରୁଜୁ ହେବା ପରେ ପୋଲିସ୍ ଅଭିଯୁକ୍ତ ଦୋକାନୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
