samblpur
ସମ୍ବଲପୁର: ଇଲେକ୍ଟୋନିକ୍ସ ଟ୍ରାନ୍ସଫର୍ମରରୁ ତମ୍ୱାତାର ଚୋରି କରି ବିକ୍ରି କରୁଥିବା ଏକ ରାକେଟର ୯ ଜଣଙ୍କୁ ଗିରଫ କରିଛି ସମ୍ୱଲପୁର ପୋଲିସ। ସେମାନଙ୍କ ମଧ୍ୟରୁ ୭ ଜଣ ଏଥିରେ ସଂପୃକ୍ତ ଥିବାବେଳେ ଅନ୍ୟ ୨ ଜଣ ଚୋରି ତାର କିଣୁଥିଲେ। ସେମାନଙ୍କ ଠାରୁ ପ୍ରାୟ ୫୦ କେଜି ଓଜନର ଚୋରି ତମ୍ୱା ତାର ଜବତ କରାଯାଇଛି। ପ୍ରାୟ ଏକ ବର୍ଷ ହେଲା ସେମାନେ ଜିଲ୍ଲାର ଚାରମାଲ ଅଞ୍ଚଳରୁ ବିପିଏଲ ପରିବାର ପାଇଁ ଲଗାଇଥିବା ଛୋଟ ଛୋଟ ଟ୍ରାନ୍ସଫର୍ମରରୁ ତମ୍ୱାତାର ଚୋରୀ କରି ଆସୁଥିଲେ। ଫଳରେ ସେଗୁଡିକ ଅକାମୀ ହେବା ସହ ସଂପୃକ୍ତ ଅଞ୍ଚଳ ଅନ୍ଧାରରେ ରହୁଥିଲା। ବାରମ୍ୱାର ଏ ଭଳି ଘଟଣା ହେବା ପରେ ଏ ନେଇ ଚାରମାଲ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ତଦନ୍ତ ସମୟରେ ଏହି ଚ୍ୟାକେଟ ସମ୍ପର୍କରେ ସନ୍ଧାନ ପାଇଥିଲା। ଗତ ଏକ ବର୍ଷ ମଧ୍ୟରେ ସେମାନେ ପ୍ରାୟ ୨୧ଟି ଟ୍ରାନ୍ସଫର୍ମରରୁ ତମ୍ୱାତାର ଚୋରୀ କରି ଅକାମୀ କରିଦେଇଥିଲେ। ଚୋରୀ ତାରକୁ କିଲୋ ପିଛା ୩୧୦ ଟଙ୍କ। ହିସାବରେ ବିକ୍ରି କରୁଥିଲେ ଅଭିଯୁକ୍ତ ପ୍ରଦୀପ ରୋହିତ ଦାଶ କହିଥିଲେ। ପ୍ରତି ଟ୍ରାନ୍ସଫର୍ମର ଫିଛା ୪ ହଜାରରୁ ଉର୍ଦ୍ଧ ଟଙ୍କା ପାଉଥିଲେ। ରାତି ସମୟରେ ୨ ଜଣିଆ ଦଳ ଗାଁକୁ ପଶି ଫ୍ୟୁଜ କାଟିବା ପରେ ଟ୍ରାନ୍ସଫର୍ମରକୁ ଖୋଲି ତାର ବାହାର କରି ନେଉଥିଲେ। ଏହି ଚୋରଦଳ ସମ୍ୱଲପୁରର ଅନିଲ ସାହୁ ଓ ରାଜେନ୍ଦ୍ର ସାହୁକୁ ଚୋରାତାର ବିକୁଥିବା ଜଣାପଡିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/08/vlcsnap-2015-08-28-18h08m32s280.png)
/odisha-reporter/media/post_attachments/wp-content/uploads/2015/08/vlcsnap-2015-08-28-18h08m51s244.png)