Advertisment

ଓଟିଭିରେ ସାଢ଼େ ୫ ଲକ୍ଷ ଟଙ୍କାର ଠକେଇ କରି ସମୀର ଫେରାର

ଓଟିଭିର ଇଣ୍ଟରନାଲ୍ ତଦନ୍ତରୁ ଠକେଇ ସଂପର୍କରେ ଜଣାପଡ଼ିବା ପରେ ଗତ ଜୁନ୍ ୨୩ ତାରିଖରେ ତାଙ୍କ ବିରୋଧରେ ଇନଫୋସିଟି ଥାନାରେ ଏଫ୍ଆଇଆର୍ ଦିଆଯାଇଥିଲା।

author-image
Jitendra Garnayak
Sameer Panda

Sameer Panda

ଯେଉଁ ଥାଳିରେ ଖାଇଲେ, ସେହି ଥାଳିରେ ଥୁକିଲେ। କର୍ମନିଯୁକ୍ତି ଦେଇଥିବା କଂପାନୀକୁ ଲକ୍ଷାଧିକ ଟଙ୍କା ଚୂନ ଲଗାଇ ଫେରାର୍ ମାରିଲେ। ଚଞ୍ଚକତା ଧରା ପଡ଼ିବା ପରେ ଗିରଫଦାରୀ ଏଡ଼ାଇବାକୁ ଏବେ ମୁହଁ ଲୁଚାଇ ବୁଲୁଛନ୍ତି ଓଟିଭିରୁ ବହିଷ୍କୃତ ପୂର୍ବତନ ଏଚ୍‌ଆର ମ୍ୟାନେଜର ସମୀର ରଂଜନ ପଣ୍ଡା। ତଥ୍ୟ ପ୍ରମାଣ ସହ ଓଟିଭି ପକ୍ଷରୁ ଗତ ଜୁନ୍ ୨୩ରେ ସମୀରଙ୍କ ବିରୋଧରେ ପୁଲିସରେ ଏତଲା ଦିଆଯାଇଥିଲେ ବି ଏ ଯାଏଁ ସେ ଗିରଫ ହୋଇନାହାନ୍ତି।

Advertisment

ଓଟିଭିରେ ପ୍ରାୟ ସାଢ଼େ ୫ ଲକ୍ଷ ଟଙ୍କାର ଠକେଇ କରିଛନ୍ତି ସମୀର। ଓଟିଭି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭୁବନେଶ୍ୱର ଇନଫୋସିଟି ଥାନାରେ ଦିଆଯାଇଥିବା ଏତଲା ଅନୁସାରେ,ପେଟ୍ରୋ କାର୍ଡ ବିଲିଂରେ ଜାଲିଆତି କରି ସେ ହାତେଇଛନ୍ତି ଲକ୍ଷାଧିକ ଟଙ୍କା। ଏଥିସହ ସେ କମ୍ପାନୀର ସ୍କ୍ରାପ୍ ବିକି ଅର୍ଥ ହଡ଼ପ ସହ ଏକାଧିକ ଠକେଇ, ଜାଲିଆତି ଓ ଅର୍ଥ ତୋଷରପାତ କରିଥିବାର ଅଭିଯୋଗ ରହିଛି। ଓଟିଭିର ଇଣ୍ଟରନାଲ୍ ତଦନ୍ତରୁ ଏସବୁ ଠକେଇ ସଂପର୍କରେ ଜଣାପଡ଼ିବା ପରେ ଗତ ଜୁନ୍ ୨୩ ତାରିଖରେ ତାଙ୍କ ବିରୋଧରେ ଇନଫୋସିଟି ଥାନାରେ ଏଫ୍ଆଇଆର୍ ଦିଆଯାଇଥିଲା। ଏହା ପରେ ତଦନ୍ତକାରୀ ଅଧିକାରୀ ଓଟିଭି ମୁଖ୍ୟ କାର୍ଯ୍ୟାଳୟକୁ ଆସି ସମସ୍ତ ଅଭିଯୋଗର ଖୋଳତାଡ଼ କରିଥିଲେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଠକେଇ କଥାକୁ ନିଜେ ସମୀର ବି ଅନ୍ ରେକର୍ଡ ମାନିଛନ୍ତି।

ସମୀର ରଂଜନ ପଣ୍ଡାଙ୍କର ନିଜ ଘର କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନରେ। ପୂରା ମାମଲାରେ ଆମେ ସମୀରଙ୍କର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନି।

Advertisment

ଶୁଣାଯାଉଛି, ସମୀର ପୂର୍ବରୁ ମଧ୍ୟ ଅନେକ ସ୍ଥାନରେ ଏଭଳି ଠକେଇ କରିଛନ୍ତି। ଆଉ ଏବେ ବି ଏଭଳି ଠକେଇ ଜାରି ରଖିଛନ୍ତି। ଯଦି କୌଣସି ବ୍ୟକ୍ତି ସମୀର ରଂଜନ ପଣ୍ଡାଙ୍କ ସଂପର୍କରେ ସୂଚନା ପାଆନ୍ତି, ତାହେଲେ ଓଟିଭି କିମ୍ବା ପୁଲିସ ଜଣାଇବାକୁ ଅନୁରୋଧ କରିଛନ୍ତି ଓଟିଭି କର୍ତ୍ତୃପକ୍ଷ।

Otv