Sand Mafia
ମୟୂରଭଞ୍ଜ ଜିଲ୍ଲାର ଜଣେ ବାଲି ମାଫିଆଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ତାଙ୍କ ନାଁ ଖଗେଶ୍ୱର ବେହେରା। ବେତନଟୀ ବଡ଼ସାହି ଅଞ୍ଚଳରେ ବ୍ୟାପକ ବାଲି କାରବାର ସହ ବଟି ଆଦାୟରେ ସଂପୃକ୍ତ ଥିବା ନେଇ ଖଗେଶ୍ୱରଙ୍କୁ ଗିରଫ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ସେ ବେତନଟୀ ଅଞ୍ଚଳରେ ବୁଲୁଥିବା ବେଳେ ତାଙ୍କୁ କ୍ରାଇମବ୍ରାଞ୍ଚର ଏକ ଟିମ୍ ଗିରଫ କରିଥିଲା। ତାଙ୍କ ଗିରଫଦାରୀ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।
୨୦୨୦ ମସିହାରେ ବେତନଟୀ ଅଞ୍ଚଳରେ ତତ୍କାଳୀନ ତହସିଲଦାର ଓ ଖଗେଶ୍ୱର ଜଣେ ଟ୍ରକ ମାଲିକଙ୍କ ଗାଡ଼ି ଅଟକାଇ ତାଙ୍କୁ ଧମକ ଚମକ ଦେଇଥିଲେ। ଏହି ଘଟଣାରେ ତତ୍କାଳୀନ ତହସିଲଦାରଙ୍କୁ ନିଲମ୍ବନ କରାଯିବା ସହିତ ଅନ୍ୟ କିଛି ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ସେହିଭଳି ସେତେବେଳେ ଖଗେଶ୍ୱର ନିଜକୁ ତହସିଲଦାରଙ୍କ ପାଖ ଲୋକ କହି ବିଭିନ୍ନ ବାଲି ଘାଟ ମାଲିକମାନଙ୍କଠାରୁ ବଟି ଆଦାୟ କରୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା। ବଡ଼ସାହି ଓ ବେତନଟୀରେ ବାଲି କାରବାରରେ କିଛି ରାଜନୀତିକ ଲୋକଙ୍କ ସମ୍ପୃକ୍ତି ମଧ୍ୟ ରହିଥିବା ଜଣାପଡିଥିଲା।
ରିପୋର୍ଟ- ବାରିପଦାରୁ ମାନିକ୍ ଲାଲ୍ ପାଣି
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Sand_Mafia_1714803004.jpg)