ଆନନ୍ଦପୁର: କେନ୍ଦୁଝର ଜିଲ୍ଳା ଆନନ୍ଦପୁର ବ୍ଲକ୍ ଅନ୍ତର୍ଗତ ପଣ୍ଡୁଆ ଗାଁରେ ଆଜି ସକାଳେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରାଯାଇଥିଲା। ଛାତ୍ରୀ ଜଣଙ୍କ ଟିଉସନରୁ ଫେରୁଥିବା ବେଳେ ତାଙ୍କୁ ଅପହରଣ ଉଦ୍ୟମ ହୋଇଥିଲା। ତାଙ୍କୁ ଟିଉସନ୍ କରୁଥିବା ମାଷ୍ଟର ଓ ଅନ୍ୟଜଣେ ଯୁବକ ମୋଟର ସାଇକେଲରେ ଅପହରଣ ଉଦ୍ୟମ କରିଥିଲେ। ସେମାନେ ଝିଅଟିକୁ ମୋଟର ସାଇକେଲରେ ନେଇ ଯାଉଥିବା ବେଳେ ସେ ଗାଡି ଚଲାଉଥିବା ଲୋକର ହାତକୁ କାମୁଡି ଦେଇଥିଲା ଏବଂ ଜୋରରେ ପାଟି କରିଥିଲା। ଝିଅଟିର ପାଟି ଶୁଣି ନିକଟରେ ଥିବା ତାଙ୍କ ଦାଦା ଓ କିଛି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ। ଲୋକେ ଟିଉସନ୍ ମାଷ୍ଟରକୁ ଧରି ନିସ୍ତୁକ ମାଡ ଦେଇଥିଲେ। ଅନ୍ୟ ଯୁବକ ଜଣକ ଖସି ପଳାଇଥିଲା। ସଂପୃକ୍ତ ଟିଉସନ୍ ମାଷ୍ଟରକୁ ଲୋକେ ନିକଟସ୍ଥ ସାଇଁକୁଳ ଫାଣ୍ଡି ପୋଲିସକୁ ହସ୍ତାନ୍ତର କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଭାଣିଜୀ ପ୍ରେମ ବିବାହ କଲା ବୋଲି ଭୋଜିରେ ବିଷ ମିଶାଇଦେଲା ମାମୁ
ଉପସ୍ଥିତ ଲୋକେ ଅଭିଯୁକ୍ତ ମାମୁକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେ ଖସି ପଳାଇଛି।
Crime
ବ୍ରାଉନ୍ସୁଗର ପାଇଁ ମର୍ଡର! ମହିଳା ମାଷ୍ଟରମାଇଣ୍ଡ ସମେତ ୩ ଗିରଫ
ଜେଲ୍ରୁ ବାହାରିବା ପରେ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲେ। ତାଙ୍କ ଜେଲ୍ ଯିବା ପଛରେ ସହଦେବ ନାୟକଙ୍କ ହାତ ଥିବା ସେ ସନ୍ଦେହ କରୁଥିଲେ। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ମହିଳା ଜଣକ ଯୋଜନା କରିଥିଲେ।
Crime
୧୭ ବର୍ଷ ପୂର୍ବେ ହୋଇଥିଲା 'ହତ୍ୟା'; ଏବେ ଜୀବନ୍ତ ଧରିଲା ପୁଲିସ
ଏହି ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ ମଧ୍ୟ କରାଗଲା। ସେମାନେ ହତ୍ୟା ଅଭିଯୁକ୍ତ ଭାବରେ ଜେଲରେ ସଜ୍ଜା କାଟିଲେ। ଏବେ ବିହାରର ସେହି ବ୍ୟକ୍ତିଙ୍କୁ ଝାନସୀରୁ ଜୀବନ୍ତ ଧରିଲା ପୁଲିସ।
Crime
ସରୋଜଙ୍କ ପରେ ହଂସିକାଙ୍କ ଆଉ ଜଣେ ସ୍ୱାମୀଙ୍କ ଘରେ IT
ମନୋଜଙ୍କ ଘରୁ ମିଳିଥିବା ଆର୍ଥିକ କାରବାର ସମ୍ପର୍କିତ କାଗଜପତ୍ର ଧରି ବାଲିଗୁଡା ଷ୍ଟେଟ ବ୍ୟାଙ୍କ ଯାଇଥିଲେ ଆୟକର ବିଭାଗ ଟିମ୍। ସେଠାରେ ମଧ୍ୟ ତନାଘନା କରିଥିଲେ। ଗୋଟିଏ ଟିମ୍ ମନୋଜଙ୍କ ଘରେ ଖାନତଲାସୀ କରୁଥିବା ବେଳେ ଆଉ ଗୋଟିଏ ଟିମ୍ ବ୍ୟାଙ୍କରେ ଖୋଳତାଡ଼ କରିଥିଲା।
Crime
ନକ୍ସଲ ଖଞ୍ଜିଥିଲେ IED ବୋମା, ଅଳ୍ପକେ ବର୍ତ୍ତିଲେ ଯବାନ
ନକ୍ସଲଙ୍କ ଗତିବିଧି ଥିବା ଜାଣିପାରି CRPF ଓ SOG ଯବାନ ମିଳିତ ଭାବେ ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ କୁମ୍ବିଂ ଅପେରସନ କରୁଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍ କରୁଥିବା ବେଳେ ଦୁଇଟି IED ବୋମା ଓ ନକ୍ସଲ କ୍ୟାମ୍ପ ଠାବ ହୋଇଥିଲା।