Advertisment

ଆନନ୍ଦପୁର: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଟିଉସନ୍ ମାଷ୍ଟରଙ୍କ ଅପହରଣ ଉଦ୍ୟମ

ଆନନ୍ଦପୁର: କେନ୍ଦୁଝର ଜିଲ୍ଳା ଆନନ୍ଦପୁର ବ୍ଲକ୍ ଅନ୍ତର୍ଗତ ପଣ୍ଡୁଆ ଗାଁରେ ଆଜି ସକାଳେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରାଯାଇଥିଲା। ଛାତ୍ରୀ ଜଣଙ୍କ ଟିଉସନରୁ ଫେରୁଥିବା ବେଳେ ତାଙ୍କୁ ଅପହରଣ ଉଦ୍ୟମ ହୋଇଥିଲା। ତାଙ୍କୁ ଟିଉସନ୍ କରୁଥିବା ମାଷ୍ଟର ଓ ଅନ୍ୟଜଣେ ଯୁବକ ମୋଟର ସାଇକେଲରେ ଅପହରଣ ଉଦ୍ୟମ କରିଥିଲେ। ସେମାନେ ଝିଅଟିକୁ ମୋଟର ସାଇକେଲରେ ନେଇ ଯାଉଥିବା ବେଳେ ସେ ଗାଡି ଚଲାଉଥିବା ଲୋକର ହାତକୁ କାମୁଡି ଦେଇଥିଲା ଏବଂ ଜୋରରେ ପାଟି […]

ଆନନ୍ଦପୁର: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଟିଉସନ୍ ମାଷ୍ଟରଙ୍କ ଅପହରଣ ଉଦ୍ୟମ

giraf

Advertisment

ଆନନ୍ଦପୁର: କେନ୍ଦୁଝର ଜିଲ୍ଳା ଆନନ୍ଦପୁର ବ୍ଲକ୍ ଅନ୍ତର୍ଗତ ପଣ୍ଡୁଆ ଗାଁରେ ଆଜି ସକାଳେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରାଯାଇଥିଲା। ଛାତ୍ରୀ ଜଣଙ୍କ ଟିଉସନରୁ ଫେରୁଥିବା ବେଳେ ତାଙ୍କୁ ଅପହରଣ ଉଦ୍ୟମ ହୋଇଥିଲା। ତାଙ୍କୁ ଟିଉସନ୍ କରୁଥିବା ମାଷ୍ଟର ଓ ଅନ୍ୟଜଣେ ଯୁବକ ମୋଟର ସାଇକେଲରେ ଅପହରଣ ଉଦ୍ୟମ କରିଥିଲେ। ସେମାନେ ଝିଅଟିକୁ ମୋଟର ସାଇକେଲରେ ନେଇ ଯାଉଥିବା ବେଳେ ସେ ଗାଡି ଚଲାଉଥିବା ଲୋକର ହାତକୁ କାମୁଡି ଦେଇଥିଲା ଏବଂ ଜୋରରେ ପାଟି କରିଥିଲା। ଝିଅଟିର ପାଟି ଶୁଣି ନିକଟରେ ଥିବା ତାଙ୍କ ଦାଦା ଓ କିଛି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ। ଲୋକେ ଟିଉସନ‌୍‍ ମାଷ୍ଟରକୁ ଧରି ନିସ୍ତୁକ ମାଡ ଦେଇଥିଲେ। ଅନ୍ୟ ଯୁବକ ଜଣକ ଖସି ପଳାଇଥିଲା। ସଂପୃକ୍ତ ଟିଉସନ‌୍‍ ମାଷ୍ଟରକୁ ଲୋକେ  ନିକଟସ୍ଥ ସାଇଁକୁଳ ଫାଣ୍ଡି ପୋଲିସକୁ ହସ୍ତାନ୍ତର କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe