Advertisment

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟ ଗିରଫ

ଭାଇରାଲ ହୋଇଥିବା ଅଡିଓରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟଙ୍କ ମା’ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପ ରହିଥିଲା।

Sarat Nayak and Anupam Rai

Sarat Nayak and Anupam Rai

Advertisment

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଗିରଫ ହୋଇଛନ୍ତି ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟ। ମାହାଙ୍ଗା ପୁଲିସ ସେମାନଙ୍କୁ ଗିରଫ କରିଛି। କଟକ ଗ୍ରାମାଞ୍ଚଳ ଏସ୍‌ପି ମିହିର ପଣ୍ଡା ଏହି ସୂଚନା ଦେଇଛନ୍ତି।

Advertisment

ଏସ୍‌ପି କହିଛନ୍ତି, ନାବାଳିକା ଜଣଙ୍କୁ ଆତ୍ମହତ୍ୟା କରିବା ପାଇଁ ପରିସ୍ଥିତି ସୃଷ୍ଟି କରିବା ନେଇ ଅନୁପମ ରାୟଙ୍କୁ ଗିରଫ କରାଯାଇଛି। ସେହିପରି ନାବାଳିକା ଜଣଙ୍କ ଆତ୍ମହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଶରତ ନାୟକଙ୍କୁ ଗିରଫ କରାଯାଇଛି। ନାବାଳିକା ଜଣଙ୍କ ଆତ୍ମହତ୍ୟା କରିବା ପଛରେ ଅନୁପମ ରାୟଙ୍କ ହାତ ଥିବା କଥା ଶରତ ଜାଣିଥିଲେ। 

ନାବାଳିକା ଜଣଙ୍କ ଦଶମ ଶ୍ରେଣୀରେ ପଢୁଥିଲେ। ୨ ମାସ ତଳେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଏଇ କିଛି ଦିନ ତଳେ ଏକ ଅଡିଓ ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

Advertisment

ଭାଇରାଲ ହୋଇଥିବା ଅଡିଓରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟଙ୍କ ମା’ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପ ରହିଥିଲା। ପ୍ରମାଣ ନଷ୍ଟ କରିବାକୁ ଓ ମାମଲାକୁ ରଫାଦଫା କରିବାକୁ ଅନୁପମ ରାୟଙ୍କ ମା’ଙ୍କୁ ଶରତ ନାୟକ ୭୦ ହଜାର ଟଙ୍କା ମାଗିଥିଲେ। ପୁଲିସକୁ ବି ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ।

ମୃତ ନାବାଳିକାଙ୍କ ସହିତ ଜଗତସିଂହପୁର ଜିଲ୍ଲାର ଗୋକନ ହାଇସ୍କୁଲରେ ଖେଳ ଶିକ୍ଷକ ଥିବା ଅନୁପମ ରାୟଙ୍କର ପ୍ରେମ ସଂପର୍କ ଥିଲା ବୋଲି କୁହାଯାଉଛି।

ଅଡିଓ ଭାଇରାଲ ହେବା ପରେ ଶରତ ନାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବନ କରିଥିଲା ବିଜେଡି। ପୁଲିସ ମଧ୍ୟ ସକ୍ରିୟ ହୋଇଯାଇଥିଲା। ଆଉ ମାମଲାର ଖୋଳତାଡ଼ କରିଥିଲା। ଶରତ, କ୍ରୀଡ଼ା ଶିକ୍ଷକ ଅନୁପମ ରାୟ ଓ ତାଙ୍କ ମା’ଙ୍କୁ ପଚରାଉଚରା କରିବା ସହିତ ସେମାନଙ୍କ ବୟାନ ରେକର୍ଡ କରିଥିଲା। ଆଉ ଶେଷରେ ଆଜି ଉଭୟ ଶରତ ଓ ଅନୁପମଙ୍କୁ ଗିରଫ କରିଛି ପୁଲିସ।

Suicide Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe