Advertisment

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ଜେଲ ଗଲେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ

୨ ମାସ ତଳେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ  ଘଟିଥିଲା।

ଅଦ୍ୟତନ ହୋଇଛି
MAHANGA ACCUSED_

MAHANGA ACCUSED_

Advertisment

ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ଗିରଫ ପରେ ଜେଲ ଗଲେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଏବଂ ପିଇଟି ଶିକ୍ଷକ ଅନୁପମ ରାୟ। ଉଭୟଙ୍କୁ ପୋକସୋ କୋର୍ଟରେ ହାଜର କରିବା ପରେ ପାରାଦୀପ ଜେଲକୁ ପଠାଇ ଦିଆଯାଇଛି। ମାହାଙ୍ଗା ନାବାଳିକା ମୃତ୍ୟୁ ଓ ପ୍ରମାଣ ନଷ୍ଟ ମାମଲାରେ ଉଭୟଙ୍କୁ ଗତକାଲି ଗିରଫ କରିଥିଲା ମାହାଙ୍ଗା ପୁଲିସ।

Advertisment

ସୂଚନା ଅନୁସାରେ, ୨ ମାସ ତଳେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ  ଘଟିଥିଲା।  ତେବେ  କିଛି ଦିନ ତଳେ ଏକ ଅଡିଓ ଭାଇରାଲ ହେବା ପରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଭାଇରାଲ ହୋଇଥିବା ଅଡିଓରେ ନିଲମ୍ବିତ ବିଜେଡି ନେତା ଶରତ ନାୟକ ଓ ଖେଳ ଶିକ୍ଷକ ଅନୁପମ ରାୟଙ୍କ ମା’ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପ ରହିଥିଲା। ପ୍ରମାଣ ନଷ୍ଟ କରିବାକୁ ଓ ମାମଲାକୁ ରଫାଦଫା କରିବାକୁ ଅନୁପମ ରାୟଙ୍କ ମା’ଙ୍କୁ ଶରତ ନାୟକ ୭୦ ହଜାର ଟଙ୍କା ମାଗିଥିଲେ। ପୁଲିସକୁ ବି ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ।

ମୃତ ନାବାଳିକାଙ୍କ ସହିତ ଜଗତସିଂହପୁର ଜିଲ୍ଲାର ଗୋକନ ହାଇସ୍କୁଲରେ ଖେଳ ଶିକ୍ଷକ ଥିବା ଅନୁପମ ରାୟଙ୍କର ପ୍ରେମ ସଂପର୍କ ଥିଲା ବୋଲି  ସୂଚନା ରହିଛି। ଅଡିଓ ଭାଇରାଲ ହେବା ପରେ ଶରତ ନାୟକଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ନିଲମ୍ବନ କରିଥିଲା ବିଜେଡି। ପୁଲିସ ମଧ୍ୟ ସକ୍ରିୟ ହୋଇଯାଇଥିଲା। ଆଉ ମାମଲାର ଖୋଳତାଡ଼ କରିଥିଲା। ଶରତ, କ୍ରୀଡ଼ା ଶିକ୍ଷକ ଅନୁପମ ରାୟ ଓ ତାଙ୍କ ମା’ଙ୍କୁ ପଚରାଉଚରା କରିବା ସହିତ ସେମାନଙ୍କ ବୟାନ ରେକର୍ଡ କରିଥିଲା। ପରେ ଶେଷରେ ଉଭୟଙ୍କୁ ଗିରଫ କରିଥିଲା।

Advertisment
Odisha Police Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe